ବର୍ତ୍ତମାନ ଏହହି ଅଟୋ ଯାତ୍ରାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ନିଜେ ମଧ୍ୟ ଏହାକୁ ପୋଷ୍ଟ କରି କ୍ୟାପଶନରେ ଲେଖିଛନ୍ତି, ସବୁ କିଛି ହୋଇପାରିବ। ରବିବାର ଦିଲ୍ଲୀରେ ମୋ ଫିଲ୍ମ `ଶିବ ଶାସ୍ତ୍ରୀ ବୋଲବୋଆ’ର ଏକ ସ୍ବତନ୍ତ୍ର ସ୍କ୍ରିନିଂ ହୋଇଥିଲା। ଅନୁପମଙ୍କ ଡ୍ରାଇଭର ତାଙ୍କୁ ଭୂଲ ଜାଗାରେ ଓହ୍ଲାଇ ଦେଇଥିଲା। ଫିଲ୍ମର ସ୍କ୍ରିନିଂରେ ଠିକ ସମୟରେ ପହଞ୍ଚିବାକୁ ସେ ଅଟୋରେ ଯାତ୍ରା କରିଥିଲେ। ଅଟୋରେ ଯିବାକୁ ଭାରି ମଜା ଲାଗିଲା। ଏହି ଭିଡିଓକୁ ଶେୟାର କରି ଅନୁପମ ଲେଖିଛନ୍ତି `ଲାଇଫ ମେଁ କୁଛ ଭି ହୋ ସକତା ହୈ’। ଏବଂ ଏକ ହସ ବାଲା ଇମୋଜୀ ବ୍ୟବହାର କରିଥିଲେ। ଫ୍ୟାନମାନେ ଅନୁପମଙ୍କ ଏହି ଭିଡିଓକୁ ଖୁବ ପସନ୍ଦ କରିଛନ୍ତି।
କାର୍ ଛାଡ଼ି ଅଟୋରେ ସ୍କ୍ରିନିଂ ସେଟକୁ ଗଲେ ଅନୁପମ

ଅର୍ଗସ ବ୍ୟୁରୋ: ବଲିଉଡର ଭେଟେରାନ ଅଭିନେତା ଅନୁପମ ଖେର ତାଙ୍କ ଫିଲ୍ମ `ଶିବ ଶାସ୍ତ୍ରୀ ବଲ୍ବୋଆ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ଅଭିନେତାଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିବ। ଯେଉଁଥିପାଇଁ ସେ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରୁଛନ୍ତି। ଦିଲ୍ଲୀରେ ଏହି ଫିଲ୍ମର ଏକ ସ୍ବତନ୍ତ୍ର ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା। ଯେଉଁଠି ଅଭିନେତା ଏକ ଅଟୋରେ ଆସୁଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
Download Argus News App
