ନିତେଶଙ୍କ ଭିଣୋଇ ସିଦ୍ଧାର୍ଥ ନାଗର ଅଭିନେତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତ ଯେ, ମୋ ବ୍ରଦର-ଇନ-ଲ ଆଉ ନାହାନ୍ତି। ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି। ତାଙ୍କ ମୃତ୍ୟରେ ମୋ ଭଉଣୀକୁ ଶକ୍ତ ଆଘାତ ଲାଗିଛି। ସେ ଜଣେ ବହୁତ ଭଲ ଲୋକ ଥିଲେ। ଏତେ ଶୀଘ୍ର ଆମକୁ ଏମିତି ଛାଡ଼ି ଚାଲିଯିବେ ବୋଲି ଆମେ କେବେ ଭାବି ନ ଥିଲୁ। ନିତେଶଙ୍କ ମୃତ୍ୟୁରେ ସାରା ଟେଲି ଜଗତରେ ଶୋକର ଛାୟା ଖେଳିଯାଇଛି। ନିତେଶ ସିରିଏଲ ଛଡ଼ା ବହୁ ବଲିଉଡ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି। ଫିଲ୍ମ `ଓମ ଶାନ୍ତି ଓମ', `ବଧାଇ ଦୋ', `ହଣ୍ଟର', `ଦବଙ୍ଗ-୨', `ବାଜି', `ମେରେ ୟାର କି ସାଦି ହୈ' ଆଦି ଫିଲ୍ମରେ ନିଖୁଣ ଅଭିନୟ କରିଥିଲେ। ତାଙ୍କ ମୃତ୍ୟୁକୁ `ଅନୁପମା' ସିରିଏଲର ସବୁ ସଦସ୍ୟ ବିଶ୍ବାସ କରିପାରୁ ନାହାନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର