ନୂଆଦିଲ୍ଲୀ : ଦ୍ରୁତ ଗତିରେ ମାଡି ଚାଲିଛି କରୋନାର ଦ୍ୱିତୀୟ ଲହରୀ । ଏବେ କରୋନାର ପ୍ରଭାବ ସେଲିବ୍ରେଟିଙ୍କ ଉପରେ ବେଶ ପଡୁଥିବା ଦେଖିବାକୁ ମିଳୁଛି । ବଲିଉଡ ପରେ ଟିଭି ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଟିଭି ଦୁନିଆଁର ମଧ୍ୟ ଅନେକ୍ କଳାକାର କରୋନା ସଂକ୍ରମିତ ହୋଇଛନ୍ତି । ଏବେ ଧାରାବାହିକ’ଅନୁପମା’ ଶୋ’ର ପ୍ରଡ୍ୟୁସର୍ ରାଜନ୍ ଶାହି କରୋନା ସଂକ୍ରମିତ ହୋଇଛନ୍ତି ।
ଏହା ପୂର୍ବରୁ ଏହି ଶୋ’ର କିଛି କଳାକାର କରୋନା ସଂକ୍ରମିତ ହୋଇଥିଲେ । ଏବେ ଏହାର ପ୍ରଡ୍ୟୁସର କରୋନା ସଂକ୍ରମିତ ହେବା ପରେ, ଚିନ୍ତା ଅଧିକ ବଢି ଯାଇଛି ।
ରାଜନ୍ ଶାହି ଏକ ବୟାନ୍ ଜାରି କରି କହିଛନ୍ତି ଯେ, ‘ମତେ କରୋନା ହୋଇ ଯାଇଛି । ମତେ ଏହାର ଲକ୍ଷଣ ଦେଖା ଦେଉଥିଲା । ମୁଁ ଯେତେବେଳେ ଯାଞ୍ଚ କରାଇଲି ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି । ମୁଁ ନିଜକୁ ଆଇସୋଲେଟ କରିଛି ଏବଂ ହୋମ୍ କ୍ୱାରେଣ୍ଟାଇନରେ ଅଛି । ମୁଁ ଡାକ୍ତରଙ୍କ ସମସ୍ତ ପରାମର୍ଶ ଗ୍ରହଣ କରୁଛି ‘ ।
ଏହା ସହିତ ସେ ଏକଥା ମଧ୍ୟ କହିଛନ୍ତି ଯେ, ଆପଣମାନେ ସୁରକ୍ଷିତ ରୁହନ୍ତୁ ଏବଂ ଆଖପାଖ ଲୋକଙ୍କ ଧ୍ୟାନ ରଖନ୍ତୁ । ଏହା ଆମ ସମସ୍ତଙ୍କ ପାଇଁ ବହୁତ୍ ମୁସ୍କିଲ ସମୟ । ହେଲେ ବିଶ୍ୱାସ ରଖନ୍ତୁ ସବୁକିଛି ଠିକ୍ ହେବ । ମାସ୍କ ପିନ୍ଧନ୍ତୁ । ପାଖରେ ସାନିଟାଇଜର ରଖନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ । ଆପଣ ମାନଙ୍କ ଭଲପାଇବା ଏବଂ ସପୋର୍ଟ ପାଇଁ ବହୁତ୍ ବହୁତ୍ ଧନ୍ୟବାଦ୍ ।