ଆୟକର ବିଭାଗର ସୂତ୍ରରୁ ଜଣାପଡିଛି ଯେ, ଟ୍ୟାକ୍ସ ଚୋରି ମାମଲାରେ ଫେଣ୍ଟମ୍ ଚଳଚିତ୍ର ସହ ଜଡିତ ଲୋକଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି । ଏଥିରେ ଜଣାଶୁଣା ନିର୍ଦ୍ଦେଶକ ଅନୁରାଗ୍ କଶ୍ୟପ୍, ଅଭିନେତ୍ରୀ ତାପସି ପନ୍ନୁ , ବିକାଶ ବହଲ ଓ ଅନ୍ୟମାନେ ସାମିଲ ଅଛନ୍ତି । ଆୟକର ବିଭାଗ ଟିମ୍ ମୁମ୍ବାଇ, ପୁଣେ ସମେତ ଅନ୍ୟ ୨୦ ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି । ୪ଟି କମ୍ପାନୀ ଏଥିରେ ସାମିଲ ରହିଛି ।
ଅନୁରାଗ କଶ୍ୟପ୍,ତାପସୀ ପନ୍ନୁଙ୍କ ଘରେ ଚଢାଉ କଲା ଆୟକର ବିଭାଗ

ନୂଆଦିଲ୍ଳୀ : ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ବଲିଉଡ ଜଣାଶୁଣା ନିର୍ଦ୍ଦେଶକ ଅନୁରାଗ କଶ୍ୟପ୍ଙ୍କ ସମେତ ମଧୁ ମଣ୍ଟେନାଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି । କୁହାଯାଉଛି ଯେ, ଏହି ଚଢାଉ ଫେଣ୍ଟମ୍ ଟ୍ୟାକ୍ସ ଚୋରି ଘଟଣାରେ କରାଯାଇଛି ।
Download Argus News App
