ଅନୁଷ୍କା ନିଜ ଇନ୍ଷ୍ଟାଗ୍ରାମରେ ଭାଇରାଲ ବୟ ସହଦେବଙ୍କ ବିଷୟରେ ଏକ ମଜାଳିଆ ମିମ୍ ଶେଆର କରିଛନ୍ତି। ଏଥିରେ ଜଣେ ବ୍ୟକ୍ତି ଶୋଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ହେଲେ ସହଦେବ ଗାଇଥିବା ଗୀତକୁ ସେ ନିଜ ମନରୁ ବାହାର କରି ପାରୁ ନାହାନ୍ତି । ଆଉ ସେ ଯେତେ ଚେଷ୍ଟା କଲେ ବି ଶୋଇ ପାରୁନାହାନ୍ତି । ଅନୁଷ୍କା ଏହି ପୋଷ୍ଟକୁ ସେଆର କରିବା ସହିତ, ହସୁଥିବା ଇମୋଜି ଦେଇଛନ୍ତି।
ପ୍ରକାଶ ଥାଉକି, ସ୍କୁଲ ଛାତ୍ର ସହଦେବ ଡିର୍ଡୋ ଆଜିକାଲି ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି । ସହଦେବ ନିଜ ଷ୍ଟାଇଲରେ ‘ବଚପନ କା ପ୍ୟାର୍’ ଗୀତ ଗାଇଥିଲେ । ତାଙ୍କ ଗାଇବା ଷ୍ଟାଇଲକୁ ଲୋକେ ବେଶ୍ ପସନ୍ଦ କରୁଛନ୍ତି । ତାଙ୍କର ଗୀତ ଗାଇବାର ଭିଡିଓଟି ଏବେ ବେଶ ଭାଇରାଲ ହେବାରେ ଲାଗିଛି ।