ନୂଆଦିଲ୍ଲୀ : ବଲିଉଡର ଜଣାଶୁଣା ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ସମସ୍ତଙ୍କ ପସନ୍ଦିତା ଯୋଡି ମଧ୍ୟରୁ ଏକ ଯୋଡି ହୋଇ ରହିଛନ୍ତି । ଦୁହିଁଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବା ଦେଖିବାକୁ ମିଳେ । ଦୁହେଁ ସବୁବେଳେ ନିଜ ନିଜର ଅନ୍ଦାଜରେ ଫ୍ୟାନ୍ସ ମାନଙ୍କର ହୃଦୟ ଜିତିବାର କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ । ନିକଟରେ ଅନୁଷ୍କା ଏବଂ ବିରାଟଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅନୁଷ୍କା, ବିରାଟଙ୍କୁ ଉଠାଇବାକୁ ଚେଷ୍ଟା କରୁଛନ୍ତି । ସବୁଠାରୁ ଖାସ୍ କଥା ହେଲା, ଅନୁଷ୍କା, ବିରାଟଙ୍କୁ ଉଠାଇବାରେ ସଫଳ ମଧ୍ୟ ହୋଇଛନ୍ତି । ଏହି ଭିଡିଓକୁ ଅନୁଷ୍କା ଶର୍ମା ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଂଟରେ ସେୟାର କରିଛନ୍ତି ।
ଏହି ଭିଡିଓରେ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଏକାଠି ନଜର ଆସୁଛନ୍ତି । ଏହାରି ମଧ୍ୟରେ ଅନୁଷ୍କା,ବିରାଟଙ୍କୁ ଉଠାଇବାକୁ ଚେଷ୍ଟା କରୁଛନ୍ତି । ତାଙ୍କୁ ଉଠାଇବାରେ ସଫଳ ମଧ୍ୟ ହୋଇଛନ୍ତି ଅନୁଷ୍କା । ତାଙ୍କର ଏପରି କରିବା ଦେଖି ବିରାଟ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ଏବଂ ପୁଣି ଥରେ ତାଙ୍କୁ ଉଠାଇବାକୁ କୁହନ୍ତି । ଏହାପରେ ବିନା ସାହାଯ୍ୟରେ ପୁଣି ଥରେ ଅନୁଷ୍କା ତାଙ୍କୁ ଉଠାଇ ତଳେ ଛାଡି ଦିଅନ୍ତି । ତାଙ୍କର ଏହି ମଜାଳିଆ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସମାନେ ଏହି ଭିଡିଓକୁ ବେଶ ପସନ୍ଦ କରିବା ସହିତ ନିଜ ନିଜର ରିଆକ୍ସନ୍ ଦେବାରେ ଲାଗିଛନ୍ତି । ।