ଅନୁଷ୍କା ଶର୍ମା କିଛି ବର୍ଷ ପୂର୍ବେ ସିମି ଗରେୱାଲଙ୍କ ଚାଟ୍ ଶୋ’ରେ ପହଞ୍ଚିଥିଲେ ଏବଂ ସେଠାରେ ତାଙ୍କ ଜୀବନ ସହ ଜଡିତ କିଛି କଥା କହିଥିଲେ । ଏହାରି ମଧ୍ୟରେ ସେ ତାଙ୍କ ବିବାହକୁ ନେଇ ନିଜର ମତ ସେୟାର କରିଥିଲେ । ଅନୁଷ୍କା କହିଥିଲେ ଯେ, ‘ବିବାହ ମୋ ପାଇଁ ଗୁରୁତ୍ୱ ରଖେ । ମୁଁ ବିବାହ କରିବାକୁ ଚାହୁଁଛି,ପିଲା ଜନ୍ମ କରିବାକୁ ଚାହୁଁଛି ଏବଂ ଆଉ ଯେବେ ମୋର ବିବାହ ହୋଇଯିବ ତ ମୁଁ କାମକୁ ନଫେରେ ‘ ।
ଏବେ ତାଙ୍କର ଏହି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଅନୁଷ୍କା ଶର୍ମା ଭାରତୀୟ କ୍ରିକେଟ ଟିମର କ୍ୟାପଟେନ୍ ବିରାଟ କହୋଲିଙ୍କୁ ବିବାହ କରିବା ପରେ, ନିଜ କ୍ୟାରିୟରରେ ଏକ ଲମ୍ବା ବ୍ରେକ୍ ନେଇଥିଲେ । ହେଲେ ସେ ନିଜ କ୍ୟାରିୟର ଛାଡି ନଥିଲେ ।
ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରୁହନ୍ତି ଅନୁଷ୍କା ଶର୍ମା । ଏହା ସହିତ ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସ ମାନଙ୍କ ସହ ଯୋଡି ରୁହନ୍ତି ।