ଏବେ ଅନୁଷ୍କା ପୁଣି ଥରେ ତାଙ୍କ ଛୁଟି ଦିନର ଆଉ ଝଲକ ସେୟାର କରିଛନ୍ତି । ତାଙ୍କ ଫ୍ୟାନ୍ସମାନେ ଦେଖି ଖୁସି ହୋଇଯାଇଛନ୍ତି। ଅଭିନେତ୍ରୀ ଇଷ୍ଟଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ସାଇକେଲ ଚଳାଇବାର ମଜା ନେଉଛନ୍ତି । ସବୁଠାରୁ ବଡ କଥା ହେଉଛି ଏହି ଭିଡିଓରେ ତାଙ୍କ ଝିଅ ଭାମିକା ମଧ୍ୟ ତାଙ୍କ ସହ ସାଇକେଲ୍ରେ ନଜର ଆସିଛି । ଦୁହେଁ ସାଇକେଲ୍ ରାଇଡ୍ର ମଜା ଉଠାଉଛନ୍ତି । ଏହି ସୁନ୍ଦର ଭିଡିଓ ସେୟାର କରି ଅନୁଷ୍କା ଏକ ମଜାଦାର କ୍ୟାପସନ୍ ମଧ୍ୟ ଲେଖିଛନ୍ତି, ମୋର ଦୁଇ ପ୍ରିୟଙ୍କ ସହିତ ବେଷ୍ଟ ମେମୋରି । ବହୁତ ମନେ ପଡୁଛି...
ସେପଟେ ଦୀର୍ଘ ବର୍ଷ ପରେ ଏବେ ବଡ ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା । ଏହି ସମୟରେ ତାଙ୍କ ଆଗାମୀ ଫିଲ୍ମ ଚକଦା ଏକ୍ସପ୍ରେସ୍ ପାଇଁ ବ୍ୟସ୍ତ ଅଛନ୍ତି ।