ମିଳିଥିବା ସୂଚନା ଅନୁଯାୟୀ ଗଛ ପଡ଼ିବା କାରଣରୁ ମୁମ୍ବାଇର ଜୁହୁର ଏକ ରାସ୍ତା ବନ୍ଦ ହୋଇଯାଇଥିଲା। ଯେଉଁଥିପାଇଁ ଅନୁଷ୍କାଙ୍କୁ କାର ଛାଡ଼ି ବାଇକରେ ଯିବାକୁ ପଡ଼ିଲା। ଅନୁଷ୍କା ତାଙ୍କ ବଡିଗାର୍ଡ ସୋନୁ ଶେଖଙ୍କ ସହ ବାଇକ୍ରେ ଯାଉଥିବା ନଜର ଆସିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବଶୀଘ୍ର ଭାଇରାଲ ହୋଇଥିଲା।
ଯେଉଁଥିରେ ଦେଖାଯାଇଥିଲା ଅନୁଷ୍କାଙ୍କ ବଡିଗାର୍ଡ ହେଲମେଟ ନ ପିନ୍ଧି ବାଇକ ଚଲାଉଥିଲେ। ଏଥିପାଇଁ ମୁମ୍ବାଇ ଟ୍ରାଫିକ ପୋଲିସ ସୋନୁଙ୍କ ନାମରେ ଜରିମାନା କରିଛନ୍ତି। ସୋନୁ ବିନା ଲାଇସେନ୍ସ ଏବଂ ବିନା ହେଲମେଟରେ ଗାଡ଼ି ଚଲାଉଥିବାରୁ ତାଙ୍କୁ ୧୦,୫୦୦ ଟଙ୍କାର ଫାଇନ ହୋଇଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର