ଅପୂର୍ବ ନିଜର ସୋସିଆଲ୍ ମିଡିଆ ଇନଷ୍ଟା ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଦୁହେଁ ନିଜ ଝିଅ ସହ ନଜର ଆସିଛନ୍ତି।ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏବଂ ପ୍ରଶଂସକମାନେ ସେମାନଙ୍କ ଉପରେ ପ୍ରେମ ବର୍ଷା କରିଛନ୍ତି। ସେ ଶିଳ୍ପାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି କାରଣ ତାଙ୍କୁ ତାଙ୍କ ଜନ୍ମଦିନରେ ଦୁନିଆର ସବୁଠୁ ବଡ଼ ଉପହାର ମିଳିଛି। ଭଗବାନଙ୍କୁ ମଧ୍ୟ ଅପୁର୍ବ କୃତଜ୍ଞତା ଜଣାଇଛନ୍ତି। ସେ ଇନଷ୍ଟାରେ ଲେଖିଛନ୍ତି ଭଗବାନ ମୋ ଜନ୍ମଦିନରେ ମୋ ପରୀକୁ ପଠାଇଥିବାରୁ ଏହି ଦିନଟି ମୋ ପାଇଁ ଅତ୍ୟନ୍ତ ସ୍ପେଶିଆଲ। ସମସ୍ତେ ମୋ ଝିଅକୁ ଆଶୀର୍ବାଦ ଆଉ ଭଲ ପାଇବା ଦିଅନ୍ତୁ ବୋଲି ସେ ଲେଖିଛନ୍ତି। ଇନଷ୍ଟାରେ ତାଙ୍କର ଫ୍ୟାନ ମାନେ ମଧ୍ୟ ତାଙ୍କୁ ଢେରସାରା ଶୁଭକାମନା ଜଣାଇଛନ୍ତି।
ମନୋରଂଞ୍ଜନ ଖବର ଆହୁରି ପଢନ୍ତୁ