ଆଙ୍କର ଜଣଙ୍କ ପ୍ରଥମେ ଏହି ଖାସ୍ ପ୍ରମୋସନ୍ ପାଇଁ ଏ.ଆର୍ ରହମାନଙ୍କୁ ଶୁଭେଚ୍ଛା ଜଣାଇ ,ଏହାପରେ ନ୍ୟୁକମର ଏହାନ ଭଟ୍ଟଙ୍କୁ ସ୍ୱାଗତ ସ୍ପିଚ୍ ଦେଇ ହିନ୍ଦୀରେ କୁହନ୍ତି ଯେ, ‘ଏହାନ୍ ଭଟ୍ଟ, ଚେନ୍ନାଇ ମେଁ ଆପକା ହାର୍ଦ୍ଦିକ୍ ସ୍ୱାଗତ କର୍ତି ହୁଁ ‘ । ଆଙ୍କର ଏତିକି କହିବା ପରେ ଏ.ଆର୍ ରେହେମାନ୍ ଆଶ୍ଚର୍ଯ୍ୟ ହୋଇ ତୁରନ୍ତ ପଚାରନ୍ତି ଯେ ‘ହିନ୍ଦୀ’ ? ସେଠାରେ ଉପସ୍ଥିତ ଥିବା ସମସ୍ତ ଅଡିଆନ୍ସ ଏହା ଶୁଣି ହସିଥିଲେ । ଏହାପରେ ମହିଳା ଆଙ୍କର ଜଣଙ୍କ ତାମିଲରେ କହିବା ଆରମ୍ଭ କରନ୍ତି । ଏହାପରେ ଏ.ଆର୍ ରହମାନ୍ କହିଥିଲେ ଯେ ସେ ମଜାକ୍ କରୁଛନ୍ତି ବୋଲି । ମହିଳା ଆଙ୍କର ଜଣଙ୍କ ମଧ୍ୟ ତାଙ୍କର ଏହି କଥା ଶୁଣି ହସିଥିଲେ ।
ହିନ୍ଦୀ କହିବା ସମୟରେ ଆଙ୍କରଙ୍କୁ ଅଟକାଇଲେ ଏ.ଆର୍ ରହମାନ୍

ନୂଆଦିଲ୍ଲୀ : ଏ.ଆର୍ ରହମାନ୍ ହେଉଛନ୍ତି ସଙ୍ଗୀତ ଜଗତରେ ଜଣେ ଚମକୁଥିବା ଷ୍ଟାର । ଯାହାଙ୍କୁ ସାରା ଦେଶବାସୀ ପସନ୍ଦ କରିବା ସହିତ, ସମ୍ମାନ କରନ୍ତି । ସଙ୍ଗୀତ ଜଗତର ଏବେ ବଡ ଷ୍ଟାର ହୋଇ ମଧ୍ୟ, ତାଙ୍କର କୁଲ୍ ନେଚର୍ ପାଇଁ ଲୋକେ ତାଙ୍କୁ ଅଧିକ ପସନ୍ଦ କରନ୍ତି । ଏବେ ୯୯ ଗୀତକୁ ନେଇ ସେ ଚର୍ଚ୍ଚାର ଅଛନ୍ତି । ଏହାର ପ୍ରମୋସନରେ ସେ ଏବେ ବ୍ୟସ୍ତ ଅଛନ୍ତି । ନିକଟରେ ସେ ଏହି ଫିଲ୍ମର ପ୍ରମୋସନ୍ ପାଇଁ ଏକ ସମାରୋହରେ ଯାଇ ପହଞ୍ଚିଥିଲେ । ସେଠାରେ ଉପସ୍ଥିତ ଥିବା ଆଙ୍କର ଯେତେବେଳେ ନ୍ୟୁକମର ଏହାନ୍ ଭଟ୍ଟଙ୍କୁ ହିନ୍ଦୀରେ ସ୍ୱାଗତ କରିଥିଲେ, ସେତେବେଳେ ଏ.ଆର୍ ରହମାନ୍ ମଜାକିଆ ଅନ୍ଦାଜରେ ଆଙ୍କରଙ୍କୁ ରୋକିଥିଲେ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଉଚ୍ଚଶିକ୍ଷା ବିଭାଗ ଓ ଘରୋଇ ଶିକ୍ଷାନୁଷ୍ଠାନ ମିଳିତ ଚକ୍ରାନ୍ତ କରୁଛନ୍ତି: ଛାତ୍ର କଂଗ୍ରେସ

ଅର୍ଗସ ବ୍ୟୁରୋ: ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଲାଗିଲା ଅଙ୍କୁଶ । ସେଲ୍ପ ଫାଇନାନ୍ସିଂ କୋର୍ସ ଉପରେ ଲାଗିଲା ତାଲା । ଉତ୍କଳ ବିଶ୍ୱବିଦ୍ୟାଳୟ ସହିତ ରେଭେନ୍ସା ଓ ବିଭିନ୍ନ ବିଶ୍ୱ ବିଦ୍ୟାଳୟରେ ସେଲ୍ପ ଫାଇନାସିଂ କୋର୍ସକୁ ବନ୍ଦ କରାଗଲା ।
ଉତ୍କଳ ବିଶ୍ୱବିଦ୍ୟାଳୟର ୮ଟି ପାଠ୍ୟକ୍ରମ ସହ ରେଭେନ୍ସା ବିଶ୍ୱବିଦ୍ୟାଳୟର ୫୦୦ଟି ସିଟକୁ ଏବେ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛ
Download Argus News App
