ନୂଆଦିଲ୍ଲୀ : ନିକଟରେ ସମସ୍ତେ ନିଜ ନିଜ ଅନ୍ଦାଜରେ ଭାଲେଣ୍ଟାଇନ ଡେ’ ସେଲିବ୍ରେଟ କରିଛନ୍ତି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅନେକ୍ ସେଲିବ୍ରେଟି ପର୍ଯ୍ୟନ୍ତ ,ସମସ୍ତେ ଖାସ୍ ଅନ୍ଦାଜରେ ଏହି ଦିନକୁ ସେଲିବ୍ରେଟ କରିଛନ୍ତି । ଠିକ୍ ସେମିତି ବଲିଉଡ ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରା ମଧ୍ୟ,ଭାଲେଣ୍ଟାଇନ ଡେ’କୁ ସେଲିବ୍ରେଟ କରିଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି ଅର୍ଜୁନ କପୁର୍ । ଏଥିରେ ସେ ମଲାଇକା ଆରୋରାଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି ।
ଅର୍ଜୁନ କପୁର ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରୁହନ୍ତି । ସେ ସବୁବେଳେ ତାଙ୍କର ଫଟୋ ସେୟାର କରି ଫ୍ୟାନ୍ସମାନଙ୍କ ସହ ଯୋଡି ହୋଇ ରୁହନ୍ତି । କିନ୍ତୁ ଫ୍ୟାନ୍ସମାନେ ଅର୍ଜୁନଙ୍କ ଫଟୋ ମଧ୍ୟରେ ମଲାଇକାଙ୍କ ଫଟୋ ଦେଖିବାକୁ ମଧ୍ୟ ଅପେକ୍ଷା କରିଥାନ୍ତି । ନିକଟରେ ଭାଲେଣ୍ଟାଇନ ଡେ’ର ଖାସ ଅବସରରେ ଦୁହେଁ ଡେଟ୍ରେ ଯାଇଥିଲେ । ଯାହାର ଫଟୋ ଅର୍ଜୁନ ଫ୍ୟାନ୍ସମାନଙ୍କ ସହ ସେୟାର କରିଛନ୍ତି ।
ଅର୍ଜୁନ ତାଙ୍କର ଅଧିକାରିକ୍ ଇନ୍ଷ୍ଟାଗ୍ରାମ୍ ଆକାଉଂଟ ଷ୍ଟୋରୀରେ କିଛି ଫଟୋ ସେୟାର କରିଛନ୍ତି । ଏଥିରେ ତାଙ୍କ ଡେଟ୍ ନାଇଟ୍ର ଖାସ୍ ଝଲକ ଦେଖିବାକୁ ମିଳୁଛି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରୁଛନ୍ତି ।
ପ୍ରକାଶ ଥାଉକି, ଅର୍ଜୁନ୍ କପୁର ଏବଂ ମଲାଇକା ଆରୋରା ,ଦୁହେଁ ନିଜ ସମ୍ପର୍କ ବିଷୟରେ ଏବେ ଯାଏଁ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାଁନ୍ତି , କିନ୍ତୁ ଦୁହେଁ ଦୁହିଁଙ୍କ ସହ ଫଟୋ ସେୟାର କରୁଥିବା ଦେଖିବାକୁ ମିଳେ ।