ଟ୍ରିପଲ ଏକ୍ସ ସିଜିନ୍-୨ରେ ସୈନିକଙ୍କ ପତ୍ନୀଙ୍କୁ ନେଇ ଆପତ୍ତିଜନକ ସିନ୍ ଦେଖାଯାଇଛି । ଯେଉଁଥିରେ ସୈନିକମାନେ ଡ୍ୟୁଟିରେ ରହୁଥିବାବେଳେ ତାଙ୍କ ପତନୀ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖିଥାଆନ୍ତି। ଏନେଇ ଆଡଭୋକେଟ୍ ପାଠକ କହିଛନ୍ତି ଯେ ବିଭିନ୍ନ ଜିଲ୍ଲାରେ ଏହି ୱେବ୍ ସିରିଜ୍ ନିର୍ମାତାଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଛି।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।
ୱେବ୍ ସିରିଜ୍ ‘ଟ୍ରିପଲ୍ ଏକ୍ସ’ ସଂପର୍କରେ କୋର୍ଟ ଏହି ଗିରଫ ୱାରେଣ୍ଟ ଜାରି

ଅର୍ଗସ ବ୍ୟୁରୋ: ଟିଭି କ୍ଵିନ୍ ତଥା ଫିଲ୍ମ ନିର୍ମାତା ଏକତା କପୁରଙ୍କ ସମସ୍ୟା ବଢିବାର ଲାଗିଛି।ଯାହାକୁ ନେଇ ସେ ଏବେ ଚିନ୍ତାରେ ଅଛନ୍ତି।ୱେବ୍ ସିରିଜ୍ ‘ଟ୍ରିପଲ୍ ଏକ୍ସ’ ସଂପର୍କରେ କୋର୍ଟ ଏହି ଗିରଫ ୱାରେଣ୍ଟ ଜାରି କରିଛନ୍ତି । ଯେଉଁଥିରେ ଦେଶର ସୈନିକଙ୍କ ପତ୍ନୀ ଆପତ୍ତିଜନକ ଫଟୋ ଦେଖାଯାଇଛି । ବିହାର କୋର୍ଟ ଉଭୟ ଏକତା ଏବଂ ତାଙ୍କ ମାଆ ଶୋଭାଙ୍କ ବିରୋଧରେ ଗିରଫ ମାମଲା ଜାରି କରିଛି।ଏହି ୱେବ୍ ସିରିଜକୁ ସେନା ପ୍ରତି ଅପମାନ ବୋଲି ବିଚାର କରି ଗତ ବର୍ଷ ବେଗୁସରାଇ କୋର୍ଟରେ ଏକ ମାମଲା ୨୦୨୧ ମସିହାରେ ଦାୟର କରାଯାଇଥିଲା। ଏହି ମାମଲାରେ କୋର୍ଟ ଏକତା କପୁର ଏବଂ ଶୋଭା କପୁରଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି।
Download Argus News App
