ଏହା ପୂର୍ବରୁ ଗତ ମଙ୍ଗଳବାର ଦିନ ଶୁଣାଣି ପରେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । ଜଷ୍ଟିସ ହୃଷିକେଶ ରାୟ ଏହି ମାମଲାର ଶୁଣାଣି କରିଥିଲେ । ବରିଷ୍ଠ ଓକିଲ ମନିନ୍ଦର ସିଂହ ବିହାର ସରକାରଙ୍କ ପକ୍ଷରୁ, ଏଏମ ସିଙ୍ଗଭି ମହାରାଷ୍ଟ୍ର ସରକାର, ଶ୍ୟାମ ଦିୱାନ ରିୟାଙ୍କ ପକ୍ଷରୁ ଓ ବିକାଶ ସିଂହ ସୁଶାନ୍ତଙ୍କ ପରିବାର ପକ୍ଷରୁ ନିଜର ପକ୍ଷ ରଖିଥିଲେ ।
ସୁଶାନ୍ତ ସିଂହଙ୍କ ମାମଲା ପାଟଣାରୁ ମୁମ୍ବାଇ ସ୍ଥାନାନ୍ତର ପାଇଁ ରିୟା ଚକ୍ରବର୍ତ୍ତୀ ଯାଚିକା ଦାଏର କରିଥିଲେ । ଏଥିରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟର ଖଣ୍ଡପୀଠ । ତେବେ ଆସନ୍ତାକାଲି ରାୟ ପ୍ରକାଶ ପାଇବା ପରେ ମାମଲା ସ୍ଥାନାନ୍ତର ହେବ କି ନାହିଁ ସ୍ପଷ୍ଟ ହୋଇଯିବ ।