ଅଭିଷେକ ଟ୍ୱିଟ୍ କରି ଲେଖିଛନ୍ତି, ‘ ମୋ ବାପାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି । ଶେଷ ଟେଷ୍ଟରେ ତାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ସେ ଘରକୁ ଯିବେ ଏବଂ ବିଶ୍ରାମ କରିବେ । ଆପଣ ସମସ୍ତଙ୍କୁ ଧନ୍ୟବାଦ ।’
ପ୍ରଥମେ ଅମିତାଭ ବଚ୍ଚନ ଏବଂ ପରେ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ପରବର୍ତ୍ତୀ ସମୟରେ ଅଭିଷେକଙ୍କ ପତ୍ନୀ ତଥା ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଓ ଝିଅ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।
ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ହୋମ ଆଇସୋଲେସନରେ ଥିଲେ ଐଶ୍ୱର୍ଯ୍ୟା ଓ ତାଙ୍କ ଝିଅ । ପରେ ସେମାନଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନିକଟରେ ଐଶ୍ୱର୍ଯ୍ୟା ତାଙ୍କ ଝିଅ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ଅମିତାଭ ସୁସ୍ଥ ହୋଇ ଫେରିଛନ୍ତି ।