ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି କାର୍ଲିଫର୍ଣ୍ଣିଆରେ ଲାଗିଥିବା ଏକ ବୋର୍ଡର ଫଟୋ ସେୟାର କରିଛନ୍ତି । ରାସ୍ତା ଉପରେ ଲାଗିଥିବା ଡିଜିଟାଲ ବୋର୍ଡରେ ସୁଶାନ୍ତଙ୍କ ଫଟୋ ଲାଗିଛି ଓ ସେଥିରେ ଲେଖାଯାଇଛି ଜଷ୍ଟିସ୍ ଫର ସୁଶାନ୍ତ । ଏହି ଫଟୋ ସହ ଶ୍ୱେତା ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ।
ଭିଡିଓ ଓ ଫଟୋ ସେୟାର କରି ଶ୍ୱେତା କ୍ୟାପସନ୍ରେ ଲେଖିଛନ୍ତି କାର୍ଲିଫର୍ଣ୍ଣିଆରେ ଭାଇଙ୍କ ବିଲବୋର୍ଡ ଗ୍ରେଟ୍ ମଲ ପାର୍କେଓ୍ଵରୁ ବାହାରକୁ ବାହାରିବା ପରେ ଏହା ଅଛି । ଏହା ଏକ ବିଶ୍ୱବ୍ୟାପୀ ଆନ୍ଦୋଳନ ।