ରିୟାଙ୍କ ନାଁରେ ଏତଲା
ବହୁ ସମୟ ପରେ ସୁଶାନ୍ତଙ୍କ ବାପା କେକେ ସିଂହ ଆକ୍ଟରଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତିଙ୍କ ନାଁରେ ପାଟଣାର ରାଜୀବ ନଗର ଥାନାରେ ଏତଲା ଦେଇଛନ୍ତି । ନିଜ ଏଫଆଇଆରରେ ବହୁ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି କେକେ ସିଂହ ।
ଏମିତି ରହିଛି ରିୟାଙ୍କ ନାଁରେ ଅଭିଯୋଗ
ସୁଶାନ୍ତ ସିଂହଙ୍କ ବାପା ନିଜ ରିପୋର୍ଟରେ ଆରୋପ ଲଗାଇଛନ୍ତି ଯେ, ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ପାଖରୁ 15 କୋଟି ଟଙ୍କା ହଡ଼ପ କରିଛନ୍ତି । ସୁଶାନ୍ତଙ୍କୁ ରିୟା ଧମକ ଦେଇଥିବା ବି ରହିଛି ଉଲ୍ଲେଖ । କିନ୍ତୁ ପୋଲିସ ରିୟାଙ୍କ ପାଖରୁ ଏଯାଁଏ ସେମିତି କିଛି ସୁରାକ ପାଇନାହିଁ ।
ସୁଶାନ୍ତଙ୍କ ଘରୁ ରିୟା ଲୁଟିଛନ୍ତି ?
କେକେ ସିଂହଙ୍କ ଅଭିଯୋଗ ଅନୁସାରେ, ରିୟା ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ଘରୁ ଟଙ୍କା, ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର, ଲାପଟପ୍, କ୍ରେଡିଟ୍ କାର୍ଡ, ପାସୱାର୍ଡ ଆଦି ଚୋରି କରିଛନ୍ତି । କୁହାଯାଉଛି ସୁଶାନ୍ତଙ୍କ ଆକାଉଣ୍ଟରେ 17 କୋଟି ଟଙ୍କା ଥିଲା ।
ଏବେ ବିହାର ପୋଲିସ ବି କରିବ ଯାଞ୍ଚ
କେକେ ସିଂହଙ୍କ ଏତଲା ପରେ ଏବେ ବିହାର ପୋଲିସ ଗଠନ କରିଛି ଟିମ୍ । ଏହି ଟିମ୍ ପ୍ରତି ଦୃଷ୍ଟିକୋଣରୁ ମାମଲାର ଯାଞ୍ଚ କରିବ । ପୁଣିଥରେ ସମ୍ଭାବ୍ୟ ବ୍ୟକ୍ତିଙ୍କୁ ପଚରାଉଚରା କରିପାରେ ପୋଲିସ । କୁହାଯାଉଛି ଯେ, ଟିମ୍ର କିଛି ସଦସ୍ୟ ମୁମ୍ବାଇ ପହଞ୍ଚିସାରିଛନ୍ତି ।