ସୂଚନାଯୋଗ୍ୟ, ମୁମ୍ବାଇରେ ହାଇପ୍ରୋଫାଇଲ ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଗିରଫ କରିଛି NCB । ପାର୍ଟିରେ ଡ୍ରଗ୍ସ ବ୍ୟବହାର କରାଯାଉଥିବା ନେଇ NCB କୁ ସୂଚନା ମିଳିଥିଲା । ଶନିବାର ଦିନ ରେଭ ପାର୍ଟି ଚାଲିଥିଲାବେଳେ ସେ ଚଢ଼ଉ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, କ୍ରୁଜରୁ ବହୁ ପରିମାଣର ଡ୍ରଗ୍ସ ଜବତ ହୋଇଛି। ଏହାର ମୂଲ୍ୟ କୋଟି କୋଟି ଟଙ୍କା ବୋଲି କୁହାଯାଇଛି।