ସୂଚନାଯୋଗ୍ୟ, ପଚରାଉଚୁରା ସମୟରେ ଆର୍ଯ୍ୟନ୍ ଖାନ, ଏନସିବିକୁ କହିଥିଲେ ଯେ, ତାଙ୍କ ପିତା ଏବେ ଏକା ସହିତ,ତିନୋଟି ପ୍ରୋଜେକ୍ଟରେ କାମ କରୁଛନ୍ତି । ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ପଠାନ ପାଇଁ ବହୁତ କଠିନ ପରିଶ୍ରମ କରୁଛନ୍ତି । କେବଳ ଏତିକି ନୁହେଁ, ଏହା ସହିତ ସେ ଏକଥା ମଧ୍ୟ କହିଛନ୍ତି ଯେ, ବାପା ମୋର ଏତେ ବ୍ୟସ୍ତ ରୁହନ୍ତି ଯେ,ତାଙ୍କୁ ଭେଟିବା ପାଇଁ ବେଳେବେଳେ ତାଙ୍କ ମ୍ୟାନେଜର ପୂଜାଙ୍କ ସହ ଏକ appiontment ନେବାକୁ ପଡେ । ତେବେ ଯାଇ ତାଙ୍କ ସହିତ ଭେଟ ହୋଇପାରେ ।
ପ୍ରକାଶ ଥାଉକି, ଆର୍ଯ୍ୟନ୍ ଖାନଙ୍କୁ ଡ୍ରଗ୍ସ ମାମଲାରେ ଏନସିବି ଗିରଫ କରିଛି । ମୁମ୍ବାଇରୁ ଗୋଆକୁ ଯାଉଥିବା ଏହି କ୍ରୁଜରେ ଏନସିବି ବିପୁଳ ପରିମାଣର ଡ୍ରଗ୍ସ ଜବତ ହୋଇଛି । ଏନସିବି ଡ୍ରଗ୍ସ ମାମଲାରେ ୧୧ ଜଣଙ୍କୁ ଗିରଫ କରିସାରିଲାଣି ।