ସୂଚନା ଅନୁଯାୟୀ, ବ୍ରିଜେଟ ମଲକମ ହେଉଛନ୍ତି ଅଷ୍ଟ୍ରେଲିଆର ଜଣେ ମଡେଲ । ବ୍ରିଜେଟ କିଛି ସମୟ ପୂର୍ବରୁ ଏକ ପ୍ରସିଦ୍ଧ ଲେଡିଜ୍ ଅଣ୍ଡରଗାର୍ମେଟ୍ସ କମ୍ପାନୀ ପାଇଁ କାମ କରୁଥିଲେ । ବ୍ରିଜେଟ୍ କହିଛନ୍ତି ଯେ ଏହି ଘଟଣା ୨୦୧୫-୧୬ ସମୟର । କମ୍ପାନୀ ତାଙ୍କ ସହ ଅନେକ ମଡେଲଙ୍କୁ ମଧ୍ୟ ପତଳା ହେବାକୁ ଚାପ ପକାଉଥିଲା।
କମ୍ପାନୀ ଚାହୁଁଥିଲା ଯେ, ତାର ମଡେଲମାନେ ପତଳା ହୁଅନ୍ତୁ । ଯାହା ଦ୍ୱାର ସେମାନେ ବିଜ୍ଞାପନ ସମୟରେ ଭଲ ଦେଖାଯିବେ। ବ୍ରିଜେଟ୍ ମାଲକମ୍ କହିଛନ୍ତି, ସେ ଥରେ ଏତେ ଦୁର୍ବଳ ହୋଇଯାଇଥିଲେ ଯେ ବିମାନରେ ପାହାଚ ଚଢିବାକୁ ୧୦ ମିନିଟ୍ ସମୟ ଲାଗିଥିଲା। ଶେଷରେ ସେ ପାହାଚ ଉପରକୁ ଚଢିଥିଲେ ଏବଂ ଏହା କିପରି ଘଟିଲା ସେ ବିଷୟରେ ଦୀର୍ଘ ସମୟ ଚିନ୍ତା କଲେ। ପରେ ସେ ଅନୁଭବ କଲେ ଯେ, ସେ ପ୍ରକୃତରେ ଦୁର୍ବଳ ହୋଇଯାଇଛନ୍ତି । ଆଉ ବର୍ତ୍ତମାନ ସେହି ମଡେଲ୍ ସେହି କମ୍ବାନୀ ଛାଡି ଦେଇଛନ୍ତି।