ପ୍ରକାଶ ଥାଉକି, ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ବାବିଲ ଖାନ୍ । ସବୁବେଳେ ସେ ତାଙ୍କ ବାପାଙ୍କୁ ମନେ ପକାଇ, ଇନଷ୍ଟାଗ୍ରାମରେ ଫଟୋ ସେୟାର କରୁଥିବା ଦେଖିବାକୁ ମିଳେ ।
ନୂଆଦିଲ୍ଲୀ : ସ୍ବର୍ଗତଃ ବଲିଉଡ ଅଭିନେତା ଇରଫାନ ଖାନଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ମନେ ପକାଇଛନ୍ତି ତାଙ୍କର ବଡ ପୁଅ ବାବିଲ ଖାନ୍ । ସେ ତାଙ୍କ ବାପାଙ୍କ ସହ ଛୋଟ ବେଳର ଫଟୋ ସେୟାର କରିଛନ୍ତି । ଯାହାକୁ ବେଶ ପସନ୍ଦ କରୁଛନ୍ତି ଫ୍ୟାନ୍ସ । ଏହି ଫଟୋରେ ବାବିଲ ଖାନ୍, ବାପା ଇରଫାନ ଖାନଙ୍କ କାନ୍ଧକୁ ଧରିଥିବା ନଜର ଆସୁଛନ୍ତି । ତାଙ୍କର ଏହି ଫଟୋକୁ ଫ୍ୟାନ୍ସ ପସନ୍ଦ କରିବା ସହିତ , ନିଜ ନିଜର ରିଆକ୍ସନ ଦେଉଛନ୍ତି । ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି ।
ପ୍ରକାଶ ଥାଉକି, ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ବାବିଲ ଖାନ୍ । ସବୁବେଳେ ସେ ତାଙ୍କ ବାପାଙ୍କୁ ମନେ ପକାଇ, ଇନଷ୍ଟାଗ୍ରାମରେ ଫଟୋ ସେୟାର କରୁଥିବା ଦେଖିବାକୁ ମିଳେ ।