ନୂଆଦିଲ୍ଲୀ : ପ୍ରସିଦ୍ଧ କୋରିଓଗ୍ରାଫର ପ୍ରଭୁଦେବା ତାଙ୍କ ଡାନ୍ସ ଷ୍ଟାଇଲରେ ସବୁ ଦର୍ଶକଙ୍କୁ ବାନ୍ଧିରଖନ୍ତି । ଆଉ ତାଙ୍କ ଆକ୍ଟିଙ୍ଗ ସ୍କିଲ କଥା ମଧ୍ୟ କାହାକୁ ଅଛପା ନାହିଁ । ଆଜିକାଲି ସେ ଫିଲ୍ମ’ Bagheera’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଯେଉଁଥିରେ ସେ ଲିଡ ରୋଲ ପ୍ଲେ କରିବାକୁ ଯାଉଛନ୍ତି । ନିକଟରେ ଏହି ଫିଲ୍ମର ଟିଜର ରିଲିଜ୍ ହୋଇଯାଇଛି । ଯେଉଁଥିରେ ସେ ଏକ ଦମଦାର ରୋଲରେ ନଜର ଆସୁଛନ୍ତି । ଛୋଟିଆ ଟିଜରରେ ତାଙ୍କର ଭର୍ସାଟାଇଲ ଲୁକ୍ସ ଏବଂ ଏକ୍ସପ୍ରେସନ୍ସ ଦେଖି ଅନ୍ଦାଜା ଲଗାଯାଇପାରେ କି , ଫିଲ୍ମରେ ନିଭାଇଥିବା କ୍ୟାରେକ୍ଟର କେତେ ଦମଦାର ହୋଇଥିବ । ଏହି ଟିଜର ରିଲିଜ୍ ହେବାପରେ ଏଥିରେ ତାଙ୍କ ଫ୍ୟାନ୍ସମାନେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।
ଏହି ଟିଜରରେ ଦେଖିବାକୁ ମିଳୁଛି ଯେ, କିପରି ଏଥିରେ ପ୍ରଭୁଦେବା ଭିନ୍ନ ଭିନ୍ନ ଗେଟଅପରେ ତାଙ୍କର ଦମଦାର ଷ୍ଟାଇଲ ଏବଂ ଲୁକ୍ ଦେଖିବାକୁ ମିଳୁଛି । ଏମିତି କିଛି ଲୁକ୍ ମଧ୍ୟ ରହିଛି ଯେଉଁଠି ତାଙ୍କୁ ଚିହ୍ନିବା ଏକଦମ୍ ମୁସ୍କିଲ ।
ଏହାର ଟିଜର ଦେଖିବା ପରେ ଫ୍ୟାନ୍ସମାନେ ଫିଲ୍ମ ଦେଖିବାକୁ ବେଶ ଉତ୍ସାହିତ ହୋଇ ଅଛନ୍ତି । ଏଥିରେ ପ୍ରଭୁଦେବାଙ୍କ ସହ ଅମାୟାରା ଦସ୍ତୁର ନଜର ଆସିବେ ।