ହର୍ଷାଲିଙ୍କ ଇନ୍ଷ୍ଟାଗ୍ରାମ୍ରେ ୪ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି । ଫିଲ୍ମ ‘ବଜରଙ୍ଗୀ ଭାଇଜାନ୍’ରେ ଅଭିନୟ କରିବା ପରେ, ତାଙ୍କର ଅଭିନୟକୁ ଦର୍ଶକ ପସନ୍ଦ କରିବା ସହିତ, ବେଶ ପ୍ରଂଶସା ମଧ୍ୟ କରିଥିଲେ ।

ନୂଆଦିଲ୍ଲୀ : ଭାଇଜାନ୍ ସଲମାନ୍ ଖାନ୍ଙ୍କ ସୁପରହିଟ ସିନେମା ‘ବଜରଙ୍ଗୀ ଭାଇଜାନ୍’ରେ କୁନି ଝିଅ ‘ମୁନ୍ନି’ ଭୂମିକାରେ ଅଭିନୟ କରିଥିବା ହର୍ଷାଲି ମଲହୋତ୍ରା ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଏବେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେହି ଫଟୋରେ ଦେଖିବାକୁ ମିଳୁଛି ଯେ, ଫିଲ୍ମ ସୁଟିଂ ସମୟର ଲୁକ୍ ଓ ଏବେ ତାଙ୍କର ଲୁକ୍ ଏକଦମ୍ ବଦଳି ଯାଇଛି । ହର୍ଷାଲିଙ୍କ ଏହି ଫଟୋ ଦେଖି ତାଙ୍କୁ ଚିହ୍ନିବା ଏମଦମ୍ ମୁସ୍କିଲ ହୋଇପଡୁଛି । ବଜରଙ୍ଗୀ ଭାଇଜାନ୍ ୨୦୧୫ରେ ରିଲିଜ୍ ହୋଇଥିଲା । ସେତେବେଳେ ହର୍ଷାଲି ୭ ବର୍ଷ ବୟସର ହୋଇଥିଲେ, ଆଉ ଏବେ ସେ ୧୨ ବର୍ଷର ହୋଇଯାଇଛନ୍ତି । ଦୀୱାଲି ଓ ଭାଇ ଦୁଜ୍ ଅବସରରେ ସେ ତାଙ୍କର କିଛି ଫଟୋ ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଂଟରେ ସେୟାର କରିଥିଲେ । ତାଙ୍କ ଫଟୋ ଦେଖିବା ପରେ ଫ୍ୟାନ୍ସମାନେ ନିଜ ନିଜର ରିଆକ୍ସନ୍ ଦେବାରେ ଲାଗିଛନ୍ତି ।

ଅର୍ଗସ ବ୍ୟୁରୋ : ଚାଷୀଙ୍କ ପାଇଁ ଖୁସି ଖବର । କାଲି ସୁଦ୍ଧା କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ବର୍ତ୍ତମାନ ପୂରା ବଙ୍ଗୋପସାଗରରେ ବାଦଲ ରହିଛି । ତେଣୁ ଏହା ମୌସୁମୀ ପାଇଁ ଭଲ ଖବର । ଏଥିସହ ପଶ୍ଚିମ ବାୟୁର ସକ୍ରିୟତା, ବାୟୁମଣ୍ଡଳର ମଧ୍ୟ ଯାଏ ବ୍ୟାପିଛି ।
ଅଧିକ ପଢନ୍ତୁ : ଆଉ ଏକ ସାମୁଦ୍ରିକ ଝଡ଼ର ବିପଦ ପୂର୍ବାନୁମାନ, ଏହା ଏକ ସାଇକ୍ଲୋନିକ ଝଡ଼ରେ ହେବ ପରିଣତ
ଏହା ପାଗ ଅନୁକୂଳ ସୂଚାଉଥିବାରୁ ମୌସୁମୀ କେରଳ ଛୁଇଁବା ସମ୍ଭାବନା ରହିଛି । ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳରେ ପାଖାପାଖି 300 କିମି ଦୂରରେ ମୌସୁମୀ ରହିଛି । ୧୫ ପରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ଥିବା ବେଳେ ଏହା ପୂର୍ବରୁ ପ୍ରାକ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି ।

ଅର୍ଗସ ବ୍ୟୁରୋ : ଆନ୍ଦୋଳନରତ ରେସଲରଙ୍କ ସହ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ଆଲୋଚନା । ୬ ଘଣ୍ଟାର ଆଲୋଚନାରେ ଧାର୍ଯ୍ୟ ହେଲା ତାରିଖ । ସେହିପରି ମନ୍ତ୍ରୀଙ୍କ ଆଗରେ କିଛି ଦାବି ରଖିଛନ୍ତି ରେସଲର୍ । ଜଣେ ମହିଳାଙ୍କ ନେତୃତ୍ବରେ ଇଣ୍ଟରନାଲ କମ୍ପ୍ଲେଣ୍ଟ କମଟିର ଗଠନ । ରେସଲରଙ୍କ ବିରୋଧରେ ରୁଜୁ ସମସ୍ତ ମାମଲା ପ୍ରତ୍ୟାହାର ।
ଅଧିକ ପଢନ୍ତୁ ଭାରତ ଖବର
୩ ପାଳି ଧରି ସଭାପତି ପଦରେ ରହିଥିବା ବ୍ରିଜ ଭୂଷଣ ସିଂ ଏବଂ ତାଙ୍କ ସହଯୋଗୀଙ୍କୁ ପୁନଃ ନିର୍ବାଚିତ କରା ନଯାଉ । ୬ ଘଣ୍ଟା ଧରି ଆଲୋଚନାରେ କିଛି ଏଭଳି ଦାବି ରଖିଛନ୍ତି ଆନ୍ଦୋଳନରତ ରେସଲର୍ । ସେପଟେ ୧୫ ତାରିଖ ସୁଦ୍ଧା ତଦନ୍ତ ସରିବ ଏବଂ ଚାର୍ଜସିଟ୍ ଦାଖଲ ନେଇ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ । ଜୁନ ୩୦ ତାରିଖ ସୁଦ୍ଧା WFIରେ ନିର୍ବାଚନ ହେବ ଏବଂ ନୂଆ ସଭାପତି ଚୟନ କରାଯିବ ବୋଲି ମଧ୍ୟ ରେସଲରଙ୍କୁ ଆଶ୍ବାସନା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ।
