ଦିଲ୍ଲୀ ପୋଲିସର ସମନ୍ ପରେ ଜାତୀୟ ଏସ୍ସି/ଏସ୍ଟି କମିଶନଙ୍କ ପକ୍ଷରୁ କମିଶନରେଟ୍ ପୋଲିସ ଓ କଟକ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଥିଲା । ବର୍ଷାଙ୍କ ସହ ତାଙ୍କ ଝିଆରୀ ଓ ମାଆଙ୍କୁ ବି ସମନ ହୋଇଥିଲା । ଅନୁଭବ ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ବର୍ଷା ଓ ତାଙ୍କ ଝିଆରୀ, ମାଆଙ୍କୁ ଅନ୍ତରୀଣ ସୁରକ୍ଷା

ଅର୍ଗସ ବ୍ୟୁରୋ: ବର୍ଷାଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା । ହାଇକୋର୍ଟ ତାଙ୍କୁ ଏହି ସୁରକ୍ଷା ଦେଇଛନ୍ତି। ମାମଲାରେ ଆଗୁଆ ଜାମିନ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା । ବର୍ଷା, ତାଙ୍କ ଝିଆରୀ ଓ ମାଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ । ଅନୁଭବଙ୍କ ସୁରକ୍ଷାକର୍ମୀଙ୍କୁ ଜାତିଆଣ ଆକ୍ଷେପ ନେଇ ଥିଲା ଅଭିଯୋଗ । ସାଂସଦ ଅନୁଭବଙ୍କ କର୍ମଚାରୀଙ୍କୁ ଜାତିସୂଚକ ଗାଳି ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ବର୍ଷାଙ୍କୁ ସମନ କରିଥିଲା ।
ଦିବ୍ୟାଙ୍ଗଙ୍କୁ ତାଲିବାନୀ ନିର୍ଯାତନା

ଅର୍ଗସ ବ୍ୟୁରୋ: ବାରିପଦାରେ ବର୍ବରତା। ଦିବ୍ୟାଙ୍ଗଙ୍କୁ ତାଲିବାନୀ ନିର୍ଯାତନା। ବାରିପଦା ନିଶା ନିବାରଣ କେନ୍ଦ୍ରରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ମଦ ପିଇ ପ୍ଲାଷ୍ଟିକ ପାଇପରେ ପିଟିଲେ ନିଶା ନିବାରଣ କେନ୍ଦ୍ର ମାଲିକ। ମାଡ ମାରି ପାଦ ଚାଟିବାକୁ ବାଧ୍ୟ କରିଥିଲେ କେନ୍ଦ୍ର ମାଲିକ। ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
Download Argus News App
