ଫେସବୁକ ଲାଇଭ ସମୟରେ ସେ କହିଥିଲେ, ସବୁ ପରିବାରରେ ସମସ୍ୟା ଅଛି । ମୋ ମା’ କହିବେ ପୁଅ ୩୧ ବର୍ଷ ବୟସରେ ବେକାର ବସିଛି । ମୋର ବାପା ଗତ ବର୍ଷ ଚାଲି ଯାଇଛନ୍ତି । ତାଙ୍କ ପେନସନ ଟଙ୍କାରେ ଘର ଚାଲୁଛି । ଯେତେବେଳେ ଜଣେ ଅବସାଦଗ୍ରସ୍ତ ହୁଏ ,ସେତେବେଳେ ସେ ଆଉ ବଞ୍ଚିବାକୁ ଇଚ୍ଛା କରେ ନାହିଁ । ମୁଁ ସତରେ ନିଦ ବଟିକା ଖାଇ ଦେଇଛି, ଶୋ କରୁନାହିଁ । ଛାତରୁ ଡେଇଁବା, ହାତ କାଟିବା ଏସବୁ ମୁଁ ପସନ୍ଦ କରେ ନାହିଁ । ମୁଁ ନିଦ ବଟିକା ପାଇଲି ଓ ଖାଇଦେଲି ।
ସୂଚନାଯୋଗ୍ୟ : ପୁଲିସଙ୍କ କହିବା ଅନୁଯାୟୀ, ଅଭିନେତା ଏବେ ସମ୍ପୂର୍ଣ୍ଣ ଠିକ୍ ଅଛନ୍ତି । ଜଣେ ଫେସବୁକ୍ ୟୂଜର ତାଙ୍କୁ ଏବାବଦରେ ପୁଲିସକୁ ସୂଚନା ଦେଇଥିବା କଥା ସେ କହିଛନ୍ତି । ଏହାପରେ ସେମାନେ ତୁରନ୍ତ ଅଭିନେତାଙ୍କ ଘରେ ଯାଇ ପହଞ୍ଚିଥିଲେ ।
ପ୍ରକାଶ ଥାଉକି, ସୁଭୋ ‘ମଙ୍ଗଲ ଚଣ୍ଡି’ ଏବଂ ‘ମନାସା’ ଭଳି ଟିଭି ଧାରାବାହିକ ରେ କାମ କରିଛନ୍ତି ।