ଆରେ ଆରେ ଭାତୀଙ୍କର ଏ କି ରୂପ ? ଧଳା କେଶ…ଚମ ଧୁଡୁଧୁଡୁ…ତା ସାଙ୍ଗକୁ ପାକୁଆ ପାଟି, ସେ ଏତେ ଜଲଦୀ ବୁଢୀ ହୋଇ ଗଲେନା କ’ଣ ?
ଆଜ୍ଞା ହଁ, ଭାରତୀ ଏହି ଫଟୋରେ ଏକଦମ୍ ବୁଢୀ ରୂପରେ ନଜର ଆସୁଛନ୍ତି । ହେଲେ ଏମିତି ରୂପ ସେ କାହିଁକି ଧାରଣ କରିଛନ୍ତି ? କ’ଣ ହେଇଛି ତାଙ୍କର ? ଆସନ୍ତୁ ସେ ବିଷୟରେ ଟିକେ ଜାଣିବା ।
ପ୍ରକୃତରେ ହର୍ଷ ନିକଟରେ ଭାରତୀଙ୍କର ଏକ ଫନି ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଏକଦମ୍ ବୁଢୀ ଭଳି ଦେଖା ଯାଉଛନ୍ତି । ଚମ ଧୁଡୁଧୁଡୁ ସାଙ୍ଗକୁ ଧଳା କେଶ ଓ ପାକୁଆ ପାଟିରେ ନଜର ଆସୁଛନ୍ତି ଭାରତୀ । ଏହା ସହିତ ମୋବାଇଲ ଧରି ସେ ବ୍ୟସ୍ତ ଅଛନ୍ତି । ଏହି ଭିଡିଓ ସେୟାର କରି ହର୍ଷ କହିଛନ୍ତି ଯେ, ‘ସେ ବୁଢୀ ହୋଇସାରିଲେଣି ତଥାପି ମୋବାଇଲର ଅଭ୍ୟାସ ଛାଡିନି । ଏତିକି କହିବା ପରେ ଭାରତୀ କାଶିବା ଆରମ୍ଭ କରିଦିଅନ୍ତି ।
ଆଜ୍ଞା ,ଏଥିରେ ଚିନ୍ତା କିମ୍ବା ଆଶ୍ଚର୍ଯ୍ୟ ହେବାର କିଛି କଥା ନାହିଁ । ପ୍ରକୃତରେ ହର୍ଷ ଇନଷ୍ଟାଗ୍ରାମର ଫେସ୍ ଫିଲ୍ଟର ବ୍ୟବହାର କରିଛନ୍ତି । ଯେଉଁଥିରେ ସେ ଏକ କ୍ୟାପସନରେ ଲେଖିଛନ୍ତି- ପ୍ରେମ ସଦାର୍ସବଦା ଜବାନ ରୁହେ , ବୁଢୀ ତ ସ୍ତ୍ରୀ ହୋଇଥାଏ । ତାଙ୍କର ଏହି ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସମାନେ ଏହାକୁ ପସନ୍ଦ କରିବା ସହିତ, ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।