ଏକ ସାକ୍ଷାତକାରରେ ସେ ନିଜେ ଏହାର ଖୁଲାସା କରିଥିଲେ । ସେ କହିଥିଲେ ଯେ, ସେ ତାଙ୍କ ମା’ଙ୍କୁ ଡରନ୍ତି ଏବଂ ସେଟରେ ମଧ୍ୟ ସେ ତାଙ୍କୁ ଡରିକି ରୁହନ୍ତି । କଥାବାର୍ତ୍ତା ସମୟରେ, ତାଙ୍କୁ ତାଙ୍କ ଓଜନକୁ ନେଇ କରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ, ତାଙ୍କର ଓଜନ ହ୍ରାସ ହେବା ପରେ ସେ ତାଙ୍କର ସବୁ ଡ୍ରେସକୁ ପୁଣି ଟାଇଟ୍ କରାଇଥିଲେ । ହେଲେ ସେ ଏତେ ବଡ ଅଭିନେତ୍ରୀ ହେବା ପରେ ମଧ୍ୟ ସେ ଏତେ କଞ୍ଜୁସ କାହିଁକି ବୋଲି ତାଙ୍କୁ ପଚରା ଯାଇଥିଲା । ଏହାର ଏକ ମଜାଦାର ଯବାବ୍ ଦେଇଥିଲେ ଆମ୍ରପାଲି । ସେ କହିଥିଲେ ଯେ, ମୁଁ ଏକ ମଧ୍ୟବିତ ପରିବାରରୁ ଆସିଛି । ଏଇଥିପାଇଁ ମୋ ରକ୍ତରେ କଞ୍ଜୁସି ଅଛି । ଛୋଟବେଳୁ ହିଁ ମତେ ଘରେ ଏକଥା ଶିଖାଇଛନ୍ତି ଯେ,ବେଷ୍ଟ ଠାରୁ ଆହୁରି ବେଷ୍ଟ ହେବାକୁ ଅଛି । ଯଦି ମୁଁ ମୋ ଜିନିଷରେ କଞ୍ଜୁସି ନଦେଖାଇବି ତେବେ, ମୋ ମା’ ମତେ ଜୋତାରେ ମାରିବେ । ଆଜିବି ଯଦି ମୁଁ ମୋର କୌଣସି ଜିନିଷକୁ ନଷ୍ଟ କରେ, ତେବେ ମୋ ମା’ ମତେ ମାରି ପାରନ୍ତି ।
ମୁଁ ଜିନିଷ ନଷ୍ଟ କରେ ନାହିଁ ସେଇଥିପାଇଁ ମୁଁ କଞ୍ଜୁସ । ମୋ ମା’ ମତେ କେଉଁଠିବି ମାରିବାକୁ ପ୍ରସ୍ତୁତ ଥାଆନ୍ତି । ସେଟରେ ସେ ମୋ ସାଥିରେ ରୁହନ୍ତି । ମୁଁ ତାଙ୍କୁ ସବୁବେଳେ ଡରିକି ରୁହେ ।