ଖବର ଅନୁଯାୟୀ, ପାଖାପାଖି ୨ ମାସ ପୂର୍ବରୁ ସେ କରୋନା ପଜିଟିଭ୍ ହୋଇଥିଲେ । ଏହାପରେ ସେ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେଠାରେ ସେ ଠିକ୍ ହେବାପରେ, ତାଙ୍କୁ ଘରକୁ ଅଣାଯାଇଥିଲା । କିନ୍ତୁ ଶରୀରିକ ଦୁର୍ବଳତା ଏବଂ ଅନ୍ୟ କିଛି ରୋଗରେ ମଧ୍ୟ ପୀଡିତ ଥିଲେ । ଆଉ ରୋଗ ସହ ଲଢି ଲଢି ଶେଷରେ ହାରି ଯାଇ ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି ସ୍ୱାମୀ ଓମ୍ । ୩ ଫେବୃୟାରୀ , ବୁଧବାର ମାନେ ଆଜି, ତାଙ୍କର ଦେହାନ୍ତ ହୋଇଛି ।
ଚିରନିଦ୍ରାରେ ସ୍ୱାମୀ ଓମ୍
Download Argus News App
