ମୁମ୍ବାଇ: ଲୋକପ୍ରିୟ ରିଆଲିଟି ସୋ ବିଗ ବସର ସିଜନ 14ର ବିଜେତା ହୋଇଛନ୍ତି ଅଭିନେତ୍ରୀ ରୁବିନା ଦିଲୈକ । ସୋ’ର ହୋଷ୍ଟ ସଲମାନ ଖାନ ରୁବିନା ଦିଲୈକଙ୍କ ନାମ ଘୋଷଣା କରିବା ମାତ୍ରେ ସୋସିଆଲ ମିଡିଆରେ ଫ୍ୟାନ୍ସମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଖୁବ ପ୍ରଶଂସା କରୁଛନ୍ତି ।
ଟ୍ରଫି ବ୍ୟତୀତ ବିଜୟିନୀ ରୁବିନାଙ୍କୁ ୩୬ ଲକ୍ଷ ଟଙ୍କା ପୁରସ୍କାର ଆକାରରେ ଦିଆଯାଇଥିଲା । ବିଜୟିନୀ ରୁବିନା ଦିଲୈକଙ୍କ ନାମ ଘୋଷଣା ହେବା ପରେ ପ୍ରଶଂସକଙ୍କ ମନରେ ବଡ଼ ଉତ୍ସାହ ଦେଖାଯାଇଥିଲା ।
ସେ ନିଜର ପତି ଅଭିନବ ଶୁକ୍ଲାଙ୍କ ସହିତ ଥିଲେ । ସବୁବେଳେ ସେ ନିଜସ୍ୱ ଶୈଳୀ ଉପସ୍ଥାପନ କରୁଥିଲେ । ଅନେକ ସମୟରେ ସେ ଶୋ'ର ଆକର୍ଷକ ପାଲଟିଥିଲେ । ଶେଷରେ ରୁବିନା ନିଜର ବ୍ୟକ୍ତିତ୍ୱକୁ ଦର୍ଶକଙ୍କ ଆଗରେ ପ୍ରକାଶ କରିଛନ୍ତି । ଫଳରେ ସେ ଟ୍ରଫିର ଅଧିକାରିଣୀ ହୋଇପାରିଛନ୍ତି । ଶୋ'ର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ୫ ଜଣ ପ୍ରତିଯୋଗୀଙ୍କୁ ସୁଯୋଗ ମିଳିଥିଲା ।
ଏଥିରେ ରୁବିନା ଦିଲୈକ, ନିକ୍କି ତମ୍ବୋଲି, ଅଲି ଗୋନୀ, ରାହୁଲ ବୈଦ୍ୟ ଓ ରାଖି ସାୱନ୍ତ । ଏହି ୫ ଜଣ ଶୋ'ରେ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିଥିଲେ । ଗତ ବର୍ଷ ଅକ୍ଟୋବର ୩ ତାରିଖରେ ବିଗ ବସ୍ ଶୋ' ଆରମ୍ଭ ହୋଇଥିଲା । ଏହାରି ମଧ୍ୟରେ ପ୍ରଶଂସକଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖାଯାଇଛି । ଶୋ' ମୋଟ ୧୩୮ ଦିନ ଯାଏଁ ଚାଲିଥିଲା ।