
ଅର୍ଗସ ବ୍ୟୁରୋ : କାହାଁ ହମ କାହାଁ ତୁମ ଫେମ ଦୀପିକା କାକର ଏବଂ ସ୍ଵାମୀ ସୋଏବ ଇବ୍ରାହିମ ଲକଡାଉନ ବେଳେ ଘରେ ରହି ଉଭୟ ଉଭୟଙ୍କ ସହ ସମୟ ବିତାଉଛନ୍ତି। ଆଜି ସୋଏବ ଇବ୍ରାହିମଙ୍କ ଜନ୍ମଦିନ ଥିବାରୁ ତାଙ୍କ ଜନ୍ମ ଦିବସ ଅବସରରେ ପତ୍ନୀ ଦୀପିକା କାକର ଏକ ସ୍ୱତନ୍ତ୍ର କେକ ପ୍ରସ୍ତୁତ କରିଛନ୍ତି। ଏହି କେକଟିକୁ ଦୀପିକା ଚକୋଲାଟେରେ ବନାଇଛନ୍ତି ଏବଂ ଏହାର ଫଟୋ ଓ ଜନ୍ମଦିନ ସେଲିବ୍ରେସନର ଭିଡିଓ ମଧ୍ୟ ସୋଏବ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।
ପୂର୍ବରୁ ସସୁରାଲ ସିମର କା ଶୋରେ ମଧ୍ୟ ଏହି ଯୋଡି ନଜରକୁ ଆସିଥିଲେ ଏବଂ ଉଭୟ ଏହି ସିରିୟଲରେ ପତି-ପତ୍ନୀ ଭୂମିକାରେ ଅଭିନୟ କରିଥିଲେ। ଉଭୟ ଅଭିନୟ କରୁଥିବା ସିରିୟଲ କାହାଁ ହମ କାହାଁ ତୁମକୁ ଜୁନ ମାସ 17 ତାରିଖରେ ଏକ ବର୍ଷ ପୂରଣ ହେଉଛି, କିନ୍ତୁ ମହାମାରୀ କରୋନା ପାଇଁ ଏବେ ସମସ୍ତ ସିରିୟଲ କିମ୍ବା ଫିଲ୍ମ ସୁଟିଙ୍ଗ ବନ୍ଦ ରହିଛି।
