ହଡପ ହେଉଛି କ୍ଷତିଗ୍ରସ୍ତଙ୍କ ଅନୁଦାନ
ନୂଆଦିଲ୍ଲୀ : ଦ୍ୱିତୀୟ ବିବାହ କଲେ ବଲିଉଡ ଅଭିନେତ୍ରୀ ଦୀୟା ମିର୍ଜା । ସାମବାର ଦିନ ସେ ତାଙ୍କର ପ୍ରେମିକ, ବିଜନେସମ୍ୟାନ୍ ବୈଭବ ରେଖିଙ୍କୁ ନିଜର ଜୀବନ ସାଥୀ କରିଛନ୍ତି । ଦୀୟାଙ୍କ ବାନ୍ଦ୍ରା ସ୍ଥିତ ବାସଭବନରେ ତାଙ୍କ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି । ତାଙ୍କ ବିବାହରେ ତାଙ୍କ ପରିବାର ସମେତ କିଛି କଳାକାର ମଧ୍ୟ ଯୋଗ ଦେଇଥିଲେ ।
ଏବେ ତାଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତାଙ୍କ ବିବାହ ସମ୍ପର୍ଣ୍ଣ ହେବାପରେ ସେ ଦୀୟା ଏବଂ ବୈଭବ ବାହାରକୁ ଆସି ଫଟୋଗ୍ରାଫରଙ୍କୁ ପୋଜ ଦେଇଥିଲେ । ଏବଂ ସେମାନଙ୍କୁ ମିଠା ମଧ୍ୟ ବାଣ୍ଟିଥିଲେ ।
ଦୀୟାଙ୍କର ଏହା ପ୍ରଥମ ବିବାହ ନୁହେଁ । ଦୀୟା ପ୍ରଥମେ ସାହିଲ ସାଙ୍ଘାଙ୍କୁ ବିବାହ କରିଥିଲେ । ଏହାପରେ ଦୀର୍ଘ ୧୧ ବର୍ଷ ପରେ ୨୦୧୯ରେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇଯାଇଥିଲେ । କୁହାଯାଉଛି ଯେ, ଦୀୟା ବୈଭବଙ୍କ ସହ ଗତ କିଛି ଦିନ ଧରି ରିଲେସନସିପରେ ଥିଲେ । ଏହାପରେ ଗତକାଲି (ସୋମବାର) ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।