
ଅର୍ଗସ ବ୍ୟୁରୋ : ବଲିଉଡର କରିଡରରୁ ପୁଣି ଏକ ଶୋକ ଖବର ଆସିଛି। ପ୍ରାୟ 115 ଟି ଚଳଚ୍ଚିତ୍ରରେ କାମ କରିଥିବା ବଲିଉଡ ଅଭିନେତ୍ରୀ କୁମକୁମ ଦୁନିଆକୁ ଅଲବିଦା କହିଛନ୍ତି। 86 ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। କୁମକୁମ ଗୁରୁ ଦତ୍ତ ଏବଂ କିଶୋର କୁମାରଙ୍କ ସହ ମଧ୍ୟ କାମ କରିଥିଲେ। ସେ ମଦର ଇଣ୍ଡିଆ, କୋହିନୁର, ଉଜାଲା, ଏକ ସପେରା, ଏକ ଲୁଟେରା ଭଳି ପ୍ରସିଦ୍ଧ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ନାବେଦ ଜାଫରି ଅଭିନେତ୍ରୀଙ୍କ ଦେହାନ୍ତରେ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି।
ବଲିଉଡ ଅଭିନେତ୍ରୀ କୁମକୁମଙ୍କ ମୃତ୍ୟୁ ପରେ ନାବେଦ ଜାଫରି ଟ୍ୱିଟ କରି କହିଛନ୍ତି ଯେ, ଆମେ ଆଉ ଏକ ମୋତି ହରାଇଛୁ। ମୁଁ ତାଙ୍କୁ ପିଲାଦିନରୁ ଜାଣିଥିଲି। ସେ ଆମ ପାଇଁ ଏକ ପରିବାର ଥିଲେ। ଜଣେ ଭଲ ମଣିଷ। ଭଗବାନ ତୁମର ଆତ୍ମାକୁ ଶାନ୍ତି ଦିଅନ୍ତୁ, କୁମକୁମ୍ ମାଉସୀ।
22 ଏପ୍ରିଲ 1934ରେ ବିହାରର ଶେଖପୁରା (ବର୍ତ୍ତମାନ) ରେ ଜନ୍ମଗ୍ରହଣ କରିଥିବା କୁମକୁମଙ୍କ ପ୍ରକୃତ ନାମ ଜୈବୁନିସା ଥିଲା। ତାଙ୍କ ପିତା ହୁସେନାବାଦର ନବାବ ଥିଲେ। କୁମକୁମ ଗୁରୁ ଦତ୍ତଙ୍କ ଆବିଷ୍କାର ବୋଲି ବିବେଚନା କରାଯାଏ।
