ମୁମ୍ୱାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଗତ କିଛି ଦିନ ହେବ ଆକ୍ଟର ରଣବୀର କପୁରଙ୍କ ସହ ନିଜର ରିଲେସନ୍ସିପକୁ ନେଇ ଖୁବ ଚର୍ଚ୍ଚାରେ । କିନ୍ତୁ ରଣବୀରଙ୍କ ପୂର୍ବରୁ ସେ ଅଭିନେତା ସିଦ୍ଦାର୍ଥ ମଲହୋତ୍ରାଙ୍କୁ ଡେଡ୍ କରୁଥିଲେ । ତେବେ ନିକଟରେ ଆଲିଆଙ୍କ ଏକ୍ସ ବୟଫ୍ରେଣ୍ଡ ସିଦ୍ଦାର୍ଥ ଫିଲ୍ମ ମେକର କରଣ ଜୋହରଙ୍କ “କଫି ଉଇଥ୍ କରଣ’ରେ ଆଲିଆଙ୍କ ସହ ନିଜ ସମ୍ପର୍କକୁ ନେଇ ବଡ଼ କଥା କହିଛନ୍ତି ।
[caption id="attachment_62712" align="alignnone" width="627"]
ତେବେ ସୂଚନାନୁସାରେ, ଏହି ସୋରେ ସିଦ୍ଦାର୍ଥ ମଲହୋତ୍ରା କହିଛନ୍ତି ଯେ, ଆଲିଆ ଭଟ୍ଟଙ୍କ ସହ ବ୍ରେକଅପ୍ ପରେ ସେ ତାଙ୍କୁ କେବେବି ଆଉ ଦେଖାକରିନାହାନ୍ତି । ସେ କହିଛନ୍ତି, “ପୂର୍ବବର୍ଷ ବ୍ରେକଅପ୍ ପରେ ମୁଁ ଏବଂ ଆଲିଆ ଦେଖାହୋଇନାହୁଁ । କିନ୍ତୁ ସିଦ୍ଦାର୍ଥଙ୍କ ଏଭଳି ବୟାନ ପରେ ଅଭିନେତ୍ରୀ ଆଲିଆ ତାଙ୍କର ଖୁଲାସା କରିଛନ୍ତି । “ଗଲି ବୟ’ ଅଭିନେତ୍ରୀ ଡିଏନ୍ଏରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ସେ ଏବଂ ସିଦ୍ଦାର୍ଥ ବ୍ରେକଅପ୍ ପରେ ଦେଖାହୋଇଛନ୍ତି । ସିଦ୍ଦାର୍ଥ ମଲହୋତ୍ରାଙ୍କ କଫି ଉଇଥ୍ କରଣ ଏପିସୋଡ଼୍ ମୁଁ ଦେଖିଛି । ସତ କହିବାକୁ ଗଲେ ମୁଁ ଏବଂ ସିଦ୍ ଦେଖାହୋଇଛୁ । ଏକ ଏପିସୋଡକୁ ସୁଟ କରିବା ସମୟରେ ଆମର ଦେଖାହୋଇଥିଲା । ଏହା ବହୁତ ଅଳ୍ପ ସମୟ ପାଇଁ ଦେଖାହୋଇଥିଲା ।’
[caption id="attachment_62713" align="alignnone" width="605"]
ଆଶ୍ଚର୍ଯ୍ୟର କଥା କି ଏହା ପୂର୍ବରୁ ସିଦ୍ଦାର୍ଥ ଏବଂ ଆଲିଆ ଭଟ୍ଟ ଦୁହିଁଙ୍କୁ ଏକାସାଥେ ଦେଖିବାକୁ ମିଳିଥିଲା । ଏହି ଦୁଇଜଣ ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହୋଇଥିବା ବଲିଉଡ ପ୍ରତିନିଧିମଣ୍ଡଳରେ ସାମିଲଥିଲେ । ଯେଉଁଥିରେ ଏହି ଦୁହିଁଙ୍କ ବ୍ୟତୀତ ବଲିଉଡର ଅନ୍ୟ କଳାକାରମାନେ ମଧ୍ୟ ନଜର ଆସିଥିଲେ ।
