ଏହି ଦୁଇ ଜଣଙ୍କ ସମେତ ଆହୁରି ୩୩ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ସେଥିମଧ୍ୟରୁ ୫ ଜଣ ଫେରାର ଥିବା ଉଲ୍ଲେଖ ରହିଛି । ଜଣାଶୁଣା ଅଭିନେତ୍ରୀ ଦୀପିକା ପାଦୁକୋନ୍,ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନ୍ଙ୍କ ବୟାନ ମଧ୍ୟ ଚାର୍ଜସିଟରେ ଉଲ୍ଲେଖ ରହିଛି । ଏନ୍ସିବି ଚାର୍ଜସିଟ ବ୍ୟତୀତ ୫୦ ହଜାର ପୃଷ୍ଠାର ଡିଜିଟାଲ ପ୍ରମାଣ ମଧ୍ୟ ଦାଖଲ କରିଛି । ଏଥିରେ ଅଭିଯୁକ୍ତ ମାନଙ୍କର ହ୍ୱାଟ୍ସଅପ୍ ଚାଟ୍,କଲ୍ରେକର୍ଡ ଓ ସେମାନଙ୍କର ବ୍ୟାଙ୍କା ଦସ୍ତାବିଜ୍ ପ୍ରମୁଖ ସାମିଲ ରହିଛି । ୨୦୦ରୁ ଅଧିକ ସାକ୍ଷୀଙ୍କ ବୟାନ ମଧ୍ୟ ରହିଛି । ଏନସିବି ୩ ମାସ ପରେ ଆଉ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିବ ବୋଲି ସୂଚନା ରହିଛି ।
ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲା ! ଚାର୍ଜସିଟ୍ ଦାଖଲ କଲା ଏନ୍ସିବି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏହାର ତଦନ୍ତ କରୁଥିଲା । ତଦନ୍ତ ପରେ ଏନ୍ସିବି ଏ ସଂକ୍ରାନ୍ତ ଚାର୍ଜସିଟ୍ ମୁମ୍ବାଇ ଏନ୍ଡିପିଏସ୍ କୋର୍ଟରେ ଫାଇଲ କରିଛି । ଏକ ୧୨ ହଜାର ପୃଷ୍ଠାର ଚାର୍ଜସିଟରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶା ଯାଇଛି ।
Download Argus News App
