ସନ୍ଦୀପ୍ ଏକ ଚ୍ୟାନେଲରେ ନିଜର କରୋନା ସଂକ୍ରମିତ ହେବାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗତ ଗୁରୁବାର ଦିନରୁ ତାଙ୍କୁ ଜ୍ୱର ଆସୁଥିଲା । ଯାହା ପରେ ସେ ନିଜକୁ ଆଇସୋଲେଟ କରି ନେଇଥିଲେ । ଏହା ସହିତ ସେ କହିଛନ୍ତି ଯେ, ‘ମତେ ଟେଷ୍ଟ କରାଇବାକୁ କିଛି ଦିନ ସମୟ ଲାଗିଥିଲା । ଶେଷରେ ମୋର ଟେଷ୍ଟ ହେଲା ଏବଂ ରିପୋର୍ଟ ପିଜିଟିଭ୍ ଆସିଲା ‘ ।
ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ସେ କଥା ହେବା ସମୟରେ କହିଛନ୍ତି ଯେ, ‘ମତେ ଗତ ଏକ ସପ୍ତାହ ଧରି ଲଗାତାର ଜ୍ୱର ଆସୁଥିଲା । ଏହା ସହିତ ସର୍ଦ୍ଦି,କାଶ ମଧ୍ୟ ହେଉଥିଲା । ଏହା ବ୍ୟତୀତ ମୋତେ କମ୍ଜୋରୀ ଏବଂ ବଥା ହେଉଥିଲା । ଏବେ ମୁଁ କ୍ୱାରେଣ୍ଟାଇନରେ ଅଛି । ଡାକ୍ତର କହିଥିବା କଥା ପାଳନ କରୁଛି ‘ ।
ପ୍ରକାଶ ଥାଉକି, Sandip Soparrkar ଫିଲ୍ମ’ସାତ୍ ଖୁନ୍ ମାଫ୍’, ‘ତଲାସ୍’, ‘ହୋଲିଡେ’ ଭଳି ଆହୁରି ଅନେକ୍ ଫିଲ୍ମର ଗୀତରେ କୋରିଓଗ୍ରାଫି କରିଛନ୍ତି ।