ବଲିଉଡ୍ରେ ଏବେ ନୂଆ କରି ଲଞ୍ଚ କରିଥିବା ଚର୍ଚ୍ଚିତ ଅଭିନେତ୍ରୀଙ୍କ ମଧ୍ୟରେ ସାରାଅଲ୍ଲୀ ଖାନ୍ ଓ ଅନନ୍ୟା ପାଣ୍ଡେଙ୍କ ନାଁ ସାମିଲ ହୋଇଛି । ସେମାନେ ବଲିଉଡ୍ର ହଟ୍ ଆକ୍ଟ୍ରିସ୍ ଲିଷ୍ଟରେ ମଧ୍ୟ ଏବେ ଗଣା ହେଲେଣି । ତେବେ ଏହି ଦୁଇ ଅଭିନେତ୍ରୀ ବଲିଉଡ୍ର ମୋଷ୍ଟ ହାଣ୍ଡସମ୍ ଆକ୍ଟର କାର୍ତ୍ତିକ ଆର୍ୟନଙ୍କୁ ଖୁବ୍ ପସନ୍ଦ କରନ୍ତି । ଯାହା କି ବି’ ଟାଉନ୍ରେ ବେଶ୍ ଚର୍ଚ୍ଚା ମଧ୍ୟ ହେଉଛି ।
ତେବେ କାର୍ତ୍ତିକ ଆର୍ୟନ ମଧ୍ୟ କେବେ ଅନନ୍ୟାଙ୍କ ସହ ତ ଆଉ କେବେ ସାରା ଅଲ୍ଲୀ ଖାନ୍ଙ୍କ ସହ ନଜର ଆସିଥାନ୍ତି । ସାରା ଅଲ୍ଲୀ ଏବଂ ଅନନ୍ୟା ମଧ୍ୟ ମିଡିଆ ସାମ୍ନାରେ କାର୍ତ୍ତିକଙ୍କ ତାରିଫ କରିବାକୁ ପଛ ଘୁଞ୍ଚା ଦିଅନ୍ତି ନାହିଁ । ନିକଟରେ ହୋଇଥିବା ଏକ ଶୋ’ରେ କାର୍ତ୍ତିକ ଆର୍ୟନଙ୍କ ବିଷୟରେ ଅନନ୍ୟା ଖୁଲାସା କରିଥିଲେ ଯେ, କାର୍ତ୍ତିକ କେବଳ ମୋ’ ସହ କି ସାରାଙ୍କ ସହ ନୁହେଁ ବରଂ ସେ ଅନେକ ଆକ୍ଟ୍ରେସଙ୍କ ସହ ବହୁତ ଭଲ ଭାବେ ମିାିଥାନ୍ତି । ସେ ସମସ୍ତଙ୍କ ସହ ଭଲ ମଧ୍ୟ ଦେଖାଯାଆନ୍ତି । କାରଣ କାର୍ତ୍ତିକ ବହୁତ ସୁନ୍ଦର । ସେ ଯେଉଁ ଅଭିନେତ୍ରୀଙ୍କ ସହ ମିସିଲେ ବି ଖାସ୍ ଲାଗିଥାନ୍ତି ।
ତେବେ ବହୁତ ଶିଘ୍ର କାର୍ତ୍ତିକ ଏବଂ ଅନନ୍ୟା ‘ପତି ପତ୍ନି ଔର ଓ୍ୱୋ’ ପିଲ୍ମରେ ଏକାଠି ନଜର ଆସିବେ । ପ୍ରଥମ ଥର ପାଇଁ ବଡ଼ ପରଦାରେ କାର୍ତ୍ତିକ ଆର୍ୟନ ଏବଂ ଅନନ୍ୟା ପାଣ୍ଡେ ରୋମାନ୍ସ କରୁଥିବା ଦେଖିବାକୁ ପାଇବେ ଦର୍ଶକ । ‘ପତି ପତ୍ନି ଔର ଓ୍ୱୋ’ ସୁଟିୁଂରେ ୩ ଦିନ ଧରି କାର୍ତ୍ତିକଙ୍କ ସହ କାମ କରିଥିଲେ ଅନନ୍ୟା । କାର୍ତ୍ତିକ ବହୁତ ଭଲ ଅଭିନେତା ହୋଇଥିବା ବେଳେ ତାଙ୍କ ହିନ୍ଦି ଭାଷା ବହୁତ ଭଲ ବୋଲି ଖୁବ୍ ପ୍ରଶଂସା କରିଛନ୍ତି ଅନନ୍ୟା । କାର୍ତ୍ତିକ ସୁଟିଂ ସେଟ୍ରେ ମନ ଦେଇ କାମ କରିଥାନ୍ତି ଏବଂ ମୋ’ ସହ ବହୁତ ଥଟା ମଜା ମଧ୍ୟ କରନ୍ତି । ତେବେ ଏହି ଫିଳ୍ମର ସୁଟିଂ ଚାଲୁରହିଛି ।
ତେବେ ଦେଖିବାକୁ ବାକି ରହିଲା ‘ପତି ପତ୍ନି ଔର ଓ୍ୱୋ’ରେ ଏମାନଙ୍କ ଅଭିନୟ ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି । ରିୟଲ ଲାଇଫ୍ରେ ଚାଲିଥିବା ଏମାନଙ୍କ ଦୋସ୍ତି, ଫିଲ୍ମରେ ଦେଖାଯିବାର ଆଶା ରଖିଛନ୍ତି ଫ୍ୟାନ୍ସ ।
