
ମୁମ୍ୱାଇ: ପୋଲିସ ଅଫିସର ହେବେ କରୀନା । ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ବଲିଉଡ ବେବୋ କରୀନା କପୁର ଖାନ ଏବେ ରାଜ ମେହେତାଙ୍କ ନିର୍ଦ୍ଦେଶିତ ଗୁଡ୍ ନ୍ୟୁଜ୍ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । କିନ୍ତୁ ତା ସହିତ ଇରଫାନଙ୍କର ଅପକମିଂ କମେଡି ମୁଭି ଇଂରାଜୀ ମିଡିଅମ୍ ପାଇଁ ମଧ୍ୟ ତାଙ୍କୁ ମିଳିଛି ଗ୍ରୀନ ସିଗନାଲ । ପୂର୍ବରୁ କିଛି କାଂଶରେ ଦ୍ୱନ୍ଦ ଥିଲେ ମଧ୍ୟ ଏନେଇ ସ୍ପଷ୍ଟୋକ୍ତି ଦେଇଛନ୍ତି ମୁଭି ମେକର ଦିନେଶ ବିଜୟ ।
ଫିଲ୍ମର ସ୍କ୍ରିପ୍ଟକୁ ନେଇ ମଧ୍ୟ କରୀନା ବହୁତ ଖୁସି ଅଛନ୍ତି । ଏହି ଫିଲ୍ମରେ କରୀନା ଜଣେ ପୋଲିସ ଅଫିସର ଭାବେ ଦେଖିବାକୁ ମିଳିବେ । ଭର୍ସାଟାଇଲ ଆକ୍ଟ୍ରେସ୍ ହୋଇଥିଲେ ମଧ୍ୟ ଜଣେ ପୋଲିସ୍ ଅଫିସର ଭୂମିକାରେ ପ୍ରଥମ ଥର ପାଇଁ କରୀନାଙ୍କୁ ଦେଖିବାକୁ ମିଳିବ । କରୀନାଙ୍କ ସହ ଫିଲ୍ମରେ ଇରଫାନ ଖାନ ମଧ୍ୟ ନଜର ଆସିବେ ।
