ଭାଇରାଲ ହେଉଥିବା ଫଟୋଟି, ଟମି ହିଲଫିଗର ଶୋ’ରେ ଉଠା ଯାଇଥିଲା । ଏହାକୁ ଫ୍ୟାଶନ କୋରିଓଗ୍ରାଫର ତଥା ସୁପରମଡେଲ ମାର୍କ ରବିନ୍ସନ ସେୟାର କରିଛନ୍ତି । ଏଥିରେ ଗୋଟିଏ ଫ୍ରେମରେ ଦୀପିକା ଏବଂ କ୍ୟାଟ୍ରିନା ନଜର ଆସୁଛନ୍ତି । କେବଳ ଏହି ଦୁଇ ଅଭିନେତ୍ରୀ ନୁହଁନ୍ତି , ବରଂ ତାଙ୍କ ସମେତ ଆଉ କିଛି ଅଭିନେତ୍ରୀ ମଧ୍ୟ ନଜର ଆସୁଛନ୍ତି । ହେଲେ ଏଥିରେ ସେମାନଙ୍କୁ ଚିହ୍ନିବା ଟିକେ କଷ୍ଟକର ହୋଇ ପଡିଛି । ତଥାପି ଫ୍ୟାନ୍ସମାନେ ନିଜ ନିଜର ମନପସନ୍ଦର ଅଭିନେତ୍ରୀଙ୍କୁ ଏହି ଫଟୋରେ ଖୋଜିବାରେ ଲାଗିଛନ୍ତି ।
ଏହି ଫଟୋରେ ଦୀପିକା ପାଦୁକୋନ୍ ଡାହାଣ ପାଖରେ ଏକ କଣରେ ଠିଆ ହୋଇଥିବା ଦେଖାଯାଆନ୍ତି। ସେ ଏକ କଳା ରଙ୍ଗର ଟ୍ୟୁବ୍ ଟପ୍ସ ସହିତ ଜୀନ୍ସ ପିନ୍ଧିଛନ୍ତି। ଠିକ୍ ତାଙ୍କ ସମ୍ମୁଖରେ କାଟ୍ରିନା କୈଫ୍ ସ୍ୱେଟ୍ସର୍ଟ ଓ ଟ୍ରାଉଜର୍ ପିନ୍ଧି ଠିଆ ହୋଇଛନ୍ତି। ତେବେ ଏହି ପୁରୁଣା ଫଟୋଟି ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି ।