ଆପଣଙ୍କ ସମ୍ମୁଖରେ ଥିବା ହିରୋଇନମାନଙ୍କ ଫଟୋ ଏବଂ ସେମାନଙ୍କ ଚାଟିଂ ସ୍କ୍ରିନସଟ୍ ବହୁତ କିଛି କହୁଛି। ଓଲିଉଡ୍ ହାଲଚାଲ ଏବେ କିଛି ଭଲନାହିଁ। ବୟସ ସହ ତାଳ ଦେଇ ଦୁଷ୍ଟ ହେଉଛନ୍ତି ପ୍ରଯୋଜକ। ନ୍ୟୁ କମର ସୁନ୍ଦରୀଙ୍କୁ ରାତି ମିଟିଂ ପାଇଁ ସେଟିଂ ବି କରୁଛନ୍ତି।
ଓଲିଉଡରେ କାଷ୍ଟିଂ କାଉଚର ବଡ଼ ଅଭିଯୋଗ । ଯାହା ଆଜି ପାଇଁ ଚମକେଇ ଦେଲା ଭଳି ଘଟଣାଟିଏ। ଗୋଟିଏ ଭାଇରାଲ ହ୍ବାଟସ୍ ଟାଟିଂ ଖୋଲି ଦେଇଛି ସବୁ ଗୁମର। ପ୍ରଯୋଜନ ସଂଜୟ ନାୟକ ତଥା ଟୁଟୁ ନାୟକଙ୍କ ଏଭଳି ଆଚରଣର ପର୍ଦ୍ଦାଫାଶ କରିଛନ୍ତି ଚର୍ଚ୍ଚିତ ଅଭିନେତ୍ରୀ ପ୍ରକୃତି ମିଶ୍ର ଆଉ ଜସ୍ମିନ୍ ରଥ।
ସୁଯୋଗ ପାଇଁ ସାକ୍ରିଫାଏସ୍ କରିବାକୁ ପଡିବ। ନ ହେଲେ ଫିଲ୍ମ ଆଉ ପ୍ରୋଜେକ୍ଟରୁ ଆଉଟ୍। ଏହା କାଳେ ଟୁଟୁ ବାବୁଙ୍କ ଚିରାଚରିତ ପ୍ରବୃତ୍ତି। ଖାସ୍ କରି ନ୍ୟୁ କମର ମାନଙ୍କୁ ସେ ପ୍ରଲୋଭନ ଦେଖାନ୍ତି। ଭଲ ଫିଲ୍ମର ଅଫର କରନ୍ତି। ଅଭିନେତ୍ରୀ ପଟିଗଲ, ରାତିର ସାଥି ହେବାକୁ ଆମନ୍ତ୍ରଣ କରନ୍ତି। ଆମନ୍ତ୍ରଣ ରକ୍ଷା ହେଲେ ତୁମେ ଆମର ନ ହେଲେ ତୁ କିଏ ମୁଁ ଜାଣିନି ଏମିତି କହିଛନ୍ତି ଜସ୍ମିନ୍ ରଥ।
ଜଘନ୍ୟ କାଣ୍ଡର ଅଭିଯୋଗ ପରେ ପୂରା ଇଣ୍ଡଷ୍ଟ୍ରି ଲଜ୍ଜିତ ହୋଇଛି। ଅଭିନେତ୍ରୀ ତଥା ମଡେଲ ପୁପୁଲ ଭୁୟାଁ, ଟେଲି ନାୟିକା ଜସ୍ମିନ୍ ଆଉ ଅଭିନେତ୍ରୀ ପ୍ରକୃତି ସବୁ ଗୁମର ଖୋଲିଛନ୍ତି। ଶୁଣନ୍ତୁ କ'ଣ କହୁଛନ୍ତି ପ୍ରକୃତି ମିଶ୍ର ଆଉ ଜସ୍ମିନ୍।