ଫିଲ୍ମଟି ସମ୍ପୂର୍ଣ୍ଣ ଭାବେ ହରିୟାଣାର ଗ୍ରାମୀଣ ପରିବେଶ ଉପରେ ଆଧାରିତ ହୋଇଛି । ଏହି ଫିଲ୍ମରେ ରାଜକୁମାର ରାଓ ଓ ଜିଶାନ୍ ଆୟୁବ୍ କ୍ରୀଡା ଶିକ୍ଷକ ଭୂମିକା ନିଭାଉଥିବା ବେଳେ, ନୁସରତ୍ ଭରୁଚା କମ୍ପ୍ୟୁଟର ଶିକ୍ଷକ ଭୂମିକା ନିଭାଉଛନ୍ତି । ଟ୍ରେଲରରେ ଦେଖିବାକୁ ମିଳିବ ରାଜକୁମାର ରାଓ ଏବଂ ଜିଶାନ୍ ଆୟୁବ୍, କମ୍ପ୍ୟୁଟର୍ ଶିକ୍ଷକ ନୁସରତ୍ ଭରୁଚାଙ୍କୁ ଇମ୍ପ୍ରେସ୍ କରିବାରେ ଲାଗି ପଡିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ହଂସଲ୍ ମେହେତା । ଏହା ପୂର୍ବରୁ ମଧ୍ୟ ସେ ଅନେକ ଭଲଭଲ ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି । ଫିଲ୍ମଟି ନଭେମ୍ବର ୧୩ରେ ଆମାଜନ୍ ପ୍ରାଇମ୍ ଭିଡିଓରେ ମୁକ୍ତିଲାଭ କରିବ ।
‘ଛଲାଙ୍ଗ୍’ ଟ୍ରେଲର୍ ରିଲିଜ୍

ନୂଆଦିଲ୍ଲୀ : ବଲିଉଡ ଅଭିନେତା ରାକୁମାର୍ ରାଓ ଏବଂ ନୁସରତ ଭରଚୁଆଙ୍କ ଅପକମିଙ୍ଗ ଫିଲ୍ମ ‘ଛଲାଙ୍ଗ୍’ର ଟ୍ରେଲର୍ ରିଲିଜ୍ ହୋଇଛି । ଶନିବାର ଦିନ ଏହି ଫିଲ୍ମର ଟ୍ରେଲର ରିଲିଜ୍ କରିଛନ୍ତି ଫିଲ୍ମର ନିର୍ମାତାମାନେ । ରାଜକୁମାର ରାଓ ଓ ନୁସରତ୍ ଭରୁଚାଙ୍କ ବ୍ୟତୀତ ମହମ୍ମଦ ଜିଶାନ୍ ଆୟୁବ୍ଙ୍କୁ ମଧ୍ୟ ଦମ୍ଦାର ଭୂମିକାରେ ଦେଖିବାକୁ ମିଳିବ ।
Download Argus News App
