Headlines 6 pm | 30 June 2022 | Argus News
ପ୍ରସିଦ୍ଧ ସିନେମାଟୋଗ୍ରାଫର Johnny Lalଙ୍କ ଦେହାନ୍ତ

ନୂଆଦିଲ୍ଲୀ : ହିନ୍ଦୀ ସିନେମାର ଜଣାଶୁଣା ସିନେମାଟୋଗ୍ରାଫର Johnny Lal ଆଉ ଏ ଦୁନିଆଁରେ ନାହାଁନ୍ତି । ସବୁଦିନ ପାଇଁ ସେ ଏ ଦୁନିଆଁକୁ ଅଲ୍ବିଦା କରି ଚାଲି ଯାଇଛନ୍ତି ଆରପାରିକୁ । ନିକଟରେ ସେ କରୋନା ସଂକ୍ରମିତ ହୋଇଥିବା କୁହାଯାଉଛି । ଏହାପରେ ସେ ହୋମ୍ କ୍ୱାରେଣ୍ଟାଇନରେ ଥିଲେ । ଏହାସହିତ ଘରେ ତାଙ୍କର ଟ୍ରିଟମେଣ୍ଟ ଜାରି ରହିଥିଲା । ହେଲେ ବୁଧବାର ଦିନ ଜନି ଲାଲ୍ ଜୀବନ ଯୁଦ୍ଧରେ ହାରିଗଲେ । ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ ଦୁଇ ସପ୍ତାହ ଧରି ସେ କରୋନା ସଂକ୍ରମିତ ହୋଇ, ଜୀବନ-ମରଣ ସହ ଲଢେଇ କରୁଥିଲେ । ହେଲେ ଶେଷରେ ସେ ଏହି ଯୁଦ୍ଧରେ ହାରିଗଲେ । ତାଙ୍କର ଦେହାନ୍ତ ଖବର ଶୁଣିବା ପରେ , ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳି ଯାଇଛି ।
ମୋତେ ଯେତେ ଗାଳି ଦେଇପାର କିନ୍ତୁ ତାଳଚେରର ବିକାଶକୁ ବାଧାପ୍ରାପ୍ତ କରନାହିଁ

ଅର୍ଗସ ବ୍ୟୁରୋ : ମୋତେ ଯେତେ ଗାଳି ଦେଇପାର କିନ୍ତୁ ତାଳଚେରର ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବା ଅନୁଚିତ୍ ବୋଲି ଗୁରୁବାର ତାଳଚେରରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ ସହ ନୂତନ ଗୃହ ନିର୍ମାଣ ପାଇଁ ଭୂମିପୂଜନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ରଥଯାତ୍ରାର ଗୋଟିଏ ଦି
Download Argus News App
