ଭୁବନେଶ୍ବରରେ ଏକ କଲୋନୀରେ କାର ଦୁର୍ଘଟଣା
ନୂଆଦିଲ୍ଲୀ : ଜେଲରୁ ମୁକୁଳିବା ପରେ ଇନ୍ଷ୍ଟାଗ୍ରାମରେ ପ୍ରଥମ ପୋଷ୍ଟ କରିଛନ୍ତି ଷ୍ଟାଣ୍ଡଅପ୍ କମେଡିଆନ୍ ମୁନାୱର ଫାରୁକି । ହସୁଥିବାର ଏକ ଫଟୋ ସେୟାର କରି ସେ ଲେଖିଛନ୍ତି ଯେ,’ମେରେ ଅନ୍ଦର କେ ଅନ୍ଧେରୋକୋ କର୍ନେ ଦୋ ସିକାୟତ୍ । ହସାକର ଲାଖୋଁ ଚେହେରୋ କୋ ରୋଶନ କିୟା ହୈ ମେନେ ‘ । ଏହା ସହିତ ସେ ଆପଣମାନଙ୍କ ଭଲପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ ବୋଲି ସେ ଉଲ୍ଲେଖ କରିଛନ୍ତି । ତାଙ୍କର ଏହି ଫଟୋରେ ଲୋକମାନେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରିବାରେ ଲାଗିଛନ୍ତି ।
ପ୍ରକାଶ ଥାଉକି, ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ଏକ କ୍ଲବରେ ଆୟୋଜିତ କାର୍ଯ୍ୟକ୍ରମରେ ଫାରୁକି ହିନ୍ଦୁ ଦେବାଦେବୀଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିବା , ଜଣେ ଭାଜପା ବିଧାୟକଙ୍କ ପୁଅ ଅଭିଯୋଗ କରିଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା ।