ସେପଟେ ଫିଲ୍ମ ରିଲିଜ ନହେବା ନେଇ ବିରୋଧ କରିଛି କଳିଙ୍ଗ ସେନା । ଏହି ଚଳଚ୍ଚିତ୍ର ଭାରତୀୟ ସଂସ୍କୃତିରେ ଆଘାତ ପହଞ୍ଚାଉଥିବାରୁ ବିଭିନ୍ନ ସଂଘଟନ ଏହାକୁ ବିରୋଧ କରିଛି ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : ଆଜି ରିଲିଜ ହେବ ବହୁ ବିବାଦୀୟ ଫିଲ୍ମ ‘ପଠାନ’ । ବିବାଦ ଘେରରେ ରହିଥିବା ଶାହାରୁଖ ଖାନଙ୍କ ଫିଲ୍ମ ପଠାନ ଆଜି ଦେଶବ୍ୟାପୀ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ଅନେକ ସିନେମା ହଲ ସାମ୍ନାରେ ଆନ୍ଦୋଳନ ବିଦ୍ରୋହର ମାହୋଲ ଦେଖା ଦେଇଛି । ତେବେ ଏହି ଫିଲ୍ମ ଦେଖିବାକୁ ଆଗୁଆ ଟିକେଟ ବୁକ କରିଛନ୍ତି ଦର୍ଶକ । ଫିଲ୍ମ ଦେଖିବାକୁ ଲୋକଙ୍କ ଭିତରେ ବେଶ ଉତ୍ସୁକତା ଦେଖାଦେଇଛି । କୁହାଯାଉଛି ବାହୁବଳୀ ୨ ଏବଂ କେଜିଏଫ ମୁଭିର ରେକର୍ଡ କାଟିପାରେ ଏହି ଚଳଚ୍ଚିତ୍ର ।
ସେପଟେ ଫିଲ୍ମ ରିଲିଜ ନହେବା ନେଇ ବିରୋଧ କରିଛି କଳିଙ୍ଗ ସେନା । ଏହି ଚଳଚ୍ଚିତ୍ର ଭାରତୀୟ ସଂସ୍କୃତିରେ ଆଘାତ ପହଞ୍ଚାଉଥିବାରୁ ବିଭିନ୍ନ ସଂଘଟନ ଏହାକୁ ବିରୋଧ କରିଛି ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।