ନୂଆଦିଲ୍ଲୀ : ଟେଲି ଦୁନିଆଁର ଲୋକପ୍ରିୟ ଯୋଡି ଗୁରମିତ୍ ଚୌଧୁରୀ ଏବଂ ଦେବିନା ବାନାର୍ଜୀଙ୍କୁ କିଏ ବା ନଜାଣେ । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ଦୁହେଁ । ରିୟଲ ଲାଇଫରେ ପତି-ପତ୍ନୀ ହୋଇ ସାରିଥିବା ଏହି ଯୋଡି , ପୁଣି ଥରେ ବିବାହ କରିଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫଟୋରେ ଉଭୟ ବରକନ୍ୟା ବେଶରେ ନଜର ଆସୁଛନ୍ତି । ବଙ୍ଗାଳୀ ରିତିନୀତି ଅନୁଯାୟୀ ଦୁହେଁ ପୁଣି ବିବାହ କରିଛନ୍ତି । ଗୁରମିତ ଓ ଦେବିନା ନିକଟରେ ସୋସିଆଲ ମିଡିଆରେ ଏହି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଦୁହେଁ ବଙ୍ଗାଳୀ ପୋଷାକରେ ବରକନ୍ୟା ବେଶରେ ନଜର ଆସୁଛନ୍ତି । ତେବେ ତାଙ୍କର ଏହି ଫଟୋ ଦେଖିବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି ।
ନାଲି ରଙ୍ଗ ଶାଢ଼ୀରେ ଦେବିନା ଖୁବ୍ ସୁନ୍ଦର ଦେଖା ଯାଉଥିବା ବେଳେ, ଗୁରମିତ୍ ଧୋତି ପିନ୍ଧି ବେଶ ନିଆରା ଲାଗୁଛନ୍ତି । ଏହି ଫଟୋ ସେୟାର କରି ଗୁରମିତ ହାର୍ଟ ଇମୋଜୀ ସହ ‘ଫାଇନାଲି’ ଲେଖିଛନ୍ତି।
୨୦୦୫ରେ ଗୁରମିତ ଓ ଦେବିନାଙ୍କ ସାକ୍ଷାତ ହୋଇଥିଲା। ଏହାପରେ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା ଓ ବନ୍ଧୁତା ପରେ ପ୍ରେମରେ ପରିଣତ ହୋଇଥିଲା। ଏହାପରେ ୨୦୧୧ ଫେବୃଆରୀ ୧୫ ତାରିଖରେ ଦୁହେଁ ପରିବାର ସଦସ୍ୟଙ୍କ ଗହଣରେ ରେଜିଷ୍ଟର ମ୍ୟାରେଜ କରିଥିଲେ।