ଅନେକ ଥର ନିଜ ଝିଅ ପାଇଁ ଏକାଠି ହେବାକୁ ଚେଷ୍ଟା କରିଥିଲେ । କିନ୍ତୁ ଦୁହେଁ ଚାହିଁ ମଧ୍ୟ ନିଜ ବିବାହକୁ ବଞ୍ଚାଇ ପାରି ନାହିଁନ୍ତି। ନିକଟରେ ଚାରୁ ଆସୋପା ଏକ ସାକ୍ଷାତକାରରେ ରାଜୀବ ସେନଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟ ଜନକ ଖୁଲାସା କରିଛନ୍ତି । ଚାରୁ କହିଛନ୍ତି ଯେ ରାଜୀବ ତାଙ୍କୁ ପ୍ରତାରଣା ଦେଇଛନ୍ତି । ରାଜୀବଙ୍କ ବ୍ୟାଗ୍ରୁ ଏମିତି କିଛି ଜିନିଷ ପାଇଥିଲେ ଯେଉଁଥିରୁ ସ୍ପଷ୍ଟ ହୋଇଥିଲା ଯେ, ରାଜୀବ ତାଙ୍କୁ ପ୍ରତାରଣା କରିଛନ୍ତି ।
ଏହା ଜାଣିବା ପରେ ଭାଙ୍ଗି ପଡିଥିଲେ ଚାରୁ । ସେ ପରିବାରକୁ ରାଜୀବଙ୍କ ପ୍ରତାରଣା ବିଷୟରେ ଜଣାଇଥିଲେ । ଚାରୁ ରାଜୀବଙ୍କୁ ବହୁତ ଭଲ ପାଉଥିବାରୁ ସେ ତାଙ୍କ ସ୍ୱାମୀଙ୍କୁ ଆଉ ଏକ ଚାନ୍ସ ଦେବାକୁ ନିଷ୍ପତ୍ତି ନେଇ ଥିଲେ । ଏହା ସତ୍ତ୍ୱେ ଝିଅ ଜନ୍ମ ପରେ ମଧ୍ୟ ସେମାନଙ୍କର ସମ୍ପର୍କ ତିକ୍ତତା ବୃଦ୍ଧି ପାଇଥିଲା।
ମୁମ୍ୱାଇରେ ରାଜୀବଙ୍କ ସହ ରହିବା ସମୟରେ ରାଜୀବଙ୍କ ଚାଲିଚଳନ ନେଇ କିଛି କହିଥିଲେ ଚାରୁ । ସେ ସବୁବେଳେ ମିଛ କୁହନ୍ତି ବୋଲି ଚାରୁ କହିଛନ୍ତି। ଏମିତି ଆଉ କେତେ ସହିଥାନ୍ତି ଶେଷରେ ଅଲଗା ହେବାକୁ ନିଷ୍ପତ୍ତି ନେଲି ବୋଲି ଜଣାଇଛନ୍ତି।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।