ମାର୍ଚ୍ଚ ୧୫ରେ ମୁମ୍ବାଇର ଅମ୍ବୋଲି ପୋଲିସ ଷ୍ଟେଶନରେ ସହନିର୍ମାତା ମୋହନ ନଡାରଙ୍କ ବିରୋଧରେ ଏକ ଥ୍ରିଲର ଫିଲ୍ମ ନିର୍ମାଣ ପାଇଁ ଏକ ମାମଲା ରୁଜୁ ହୋଇଥିଲା। ଅଭିନେତାଙ୍କ ବିବୃତ୍ତିକୁ ଆଧାର କରି ପୋଲିସ ମୋହନ ଗୋପାଳ ନଡାରଙ୍କ ବିରୋଧରେ ଆଇପିସିର ଧାରା ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଅଭିନେତା ପୋଲିସକୁ କହିଛନ୍ତି ଯେ, ନଡାର ୨୦୧୯ ମସିହା ସେପ୍ଟେମ୍ବରରେ ଲଣ୍ଡନରେ ସୁଟିଂ ଲୋକେଶନ ପାଇଁ ପଇସା ନେଇଥିଲେ। ପଇସା ନେବାପରେ ଖୁବଶୀଘ୍ର ପଇସା ଫେରାଇବେ ବୋଲି ମଧ୍ୟ କହିଥିଲେ। କିନ୍ତୁ ପରେ ପଇସା ନ ଫେରାଇ ବାରମ୍ବାର ବାହନା କରୁଥିଲେ। ଏବଂ ସେ ଦେଇଥିବା ଚେକ ବାରମ୍ବାର ବାଉନ୍ସ ହେଉଥିଲା। ଦୀପକଙ୍କ କହିବା ଅନୁସାରେ ତାଙ୍କୁ ଦିଆଯାଇଥିବା ଟଙ୍କା ଏଯାଏ ନଡ଼ାର ଫେରାଇ ନାହାନ୍ତି। ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
ଅଧିକ ମନୋରଞ୍ଜନ ଖବର ପଢ଼ନ୍ତୁ