ଖବର ମୁତାବିକ୍, ପୂର୍ବ ବ୍ୟାଡମିଣ୍ଟନ ଖେଳାଳୀ ପ୍ରକାଶ ପାଦୁକୋନ୍ଙ୍କୁ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି । ସେ ଏବେ ଠିକ୍ ଅଛନ୍ତି । ଧିରେଧିରେ ସୁସ୍ଥ ହେଉଛନ୍ତି । ଖୁବ୍ ଶୀଘ୍ର ସେ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇ ଫେରି ପାରନ୍ତି ।
କରୋନା ସଂକ୍ରମିତ ହେଲେ ଦୀପିକା ପାଦୁକୋନଙ୍କ ପିତା ପ୍ରକାଶ ପାଦୁକୋନ୍

ନୂଆଦିଲ୍ଲୀ : ଭାରତରେ କରୋନାର ପ୍ରକୋପ ବଢିବାରେ ଲାଗିଛି । ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସାଧାରଣ ଲୋକଙ୍କ ଠାରୁ ନେତା, ସେଲିବ୍ରେଟି ଯାଏଁ , ଅନେକ୍ ଲୋକ କରୋନା ସଂକ୍ରମିତ ହେବା ସହିତ, ଅନେକ୍ ମୃତ୍ୟୁବରଣ କରୁଥିବା ଖବର ସାମ୍ନାକୁ ଆସୁଛି । ଠିକ୍ ସେମିତି ନିକଟରେ ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କ ପିତା ପ୍ରକାଶ ପାଦୁକୋନ୍ କରୋନା ସଂକ୍ରମିତ ହୋଇଛନ୍ତି । କରୋନା ସଂକ୍ରମିତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି ।
Download Argus News App
