ପ୍ରଶାସନିକ ଅବହେଳା ଯୋଗୁ ଅନୁଦାନ ବାଟମାରଣା !
ପଦରୁ ଇସ୍ତଫା ଦେଲେ ଦୀପିକା

ନୂଆଦିଲ୍ଲୀ : ପଦରୁ ଇସ୍ତଫା ଦେଲେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ପାଦୁକୋନ୍ । ଏବେ ନିହାତି ଭାବେ ସମସ୍ତେ ଆଶ୍ଚର୍ଯ୍ୟ ହେଉଥିବେ ଯେ, ଦୀପିକା କେଉଁ ପଦରୁ ଇସ୍ତଫା ଦେଇଛନ୍ତି ବୋଲି । ଆଜ୍ଞା ହଁ, ଅଭିନେତ୍ରୀ ଦୀପିକା ପାଦୁକୋନ୍ ମୁମ୍ବାଇ ଏକାଡେମୀ ଅଫ୍ ମୁଭିଙ୍ଗ୍ ଇମେଜ୍(mami) ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ସୋସିଆଲ ମିଡିଆ ଜରିଆରେ ସେ ଏହାର ସୂଚନା ଦେଇଛନ୍ତି । କେବଳ ଏତିକି ନୁହେଁ ,ଏହା ସହିତ ସେ ଏହି ପଦ ଛାଡିବାର କାରଣ ମଧ୍ୟ ଦର୍ଶାଇଛନ୍ତି । ସେ କହିଛନ୍ତି ଯେ, ନିଜ କାମର ବ୍ୟସ୍ତ ବହୁଳତା ମଧ୍ୟରେ ସେ ଆଉ ଏହି ଚେୟାରମ୍ୟାନ୍ ପଦବୀକୁ ଠିକ୍ ରୂପେ ତୁଲାଇ ପାରିବେ ନାହିଁ । ଏହା ଉପରେ ସେ ଆଉ ଧ୍ୟାନ ଦେଇ ପାରିବେ ନାହିଁ । ତେଣୁ ସେ ଆଉ mami ସଭାପତି ଭାବେ ନିଜ କାର୍ଯ୍ୟ ଜାରି ରଖିବେ ନାହିଁ ।
Download Argus News App
