ମୁମ୍ବାଇ: କରୋନା ଭାଇରସର ପ୍ରକୋପ ସମ୍ପୂର୍ଣ୍ଣ ଠିକ୍ ହୋଇନାହିଁ । ଯାହାକୁ ଦୃଷ୍ଟିରେ ରଖି ଡାକ୍ତର ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ,କରୋନାରୁ ସୁରକ୍ଷିତ ରହିବା ପାଇଁ ଫେସମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି । ଯେତେବେଳେ ବଜାରକୁ କେହିବି ମାସ୍କ କିଣିବାକୁ ଯାଆନ୍ତି, ସେତେବେଳେ ସାଧାରଣତଃ ମାସ୍କର ଦାମ୍ ୨୦,୨୫ ଟଙ୍କାରୁ ଆରମ୍ଭ କରି ,ଅତିବେଶୀରେ ୨୦୦ କି ୫୦୦ ଟଙ୍କାର ରହିଥାଏ । ଏହାଠାରୁ ଅଧିକା ଦାମ୍ ଦେଇ ମାସ୍କ କିଣିବା କଥା ଲୋକେ କ୍ୱଚିତ୍ ଭାବିଥିବେ , କିନ୍ତୁ ବଲିଉଡ ସେଲିବ୍ରେଟି ମାନେ ଏହା ବ୍ୟବହାର କରୁଛନ୍ତି । ସେମାନେ ବ୍ୟବହାର କରୁଥିବା ମାସ୍କର ଦାମ୍ ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ ।
ନିକଟରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଏକ ମାସ୍କ ପିନ୍ଧିଥିଲେ ,ଯାହାକି ବ୍ଲାକ୍ କଲରର ମାସ୍କ ଥିଲା । ଏବେ ତାଙ୍କର ଏହି ମାସ୍କକୁ ନେଇ ଚର୍ଚ୍ଚା ଯୋର ଧରିଛି । ନିକଟରେ ସେ ଏକ ପାର୍ଟିରେ ପହଞ୍ଚି ଥିଲେ । ଯେଉଁଠି ସେ ଏକ ବ୍ଲାକ୍ ବଡିସୁଟ ପିନ୍ଧିବା ସହିତ , ବ୍ଲାକ୍ ପ୍ୟାଣ୍ଟ ଏବ ତା ସାଙ୍ଗକୁ ଏହି ବ୍ଲାକ୍ ମାସ୍କ ପିନ୍ଧିଥିଲେ । ହେଲେ ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ବୋଲି ସମସ୍ତେ ଭାବୁଥିବେ । ଏଥିରେ ଆଶ୍ଚର୍ଯ୍ୟର କଥା ହେଲା , ସେ ପିନ୍ଧିଥିବା ଏହି ମାସ୍କର ଦାମ୍ ୧ ହଜାର କି ୨ ହଜାର ଟଙ୍କା ନୁହେଁ , ବରଂ ୨୫ ହଜାର ଟଙ୍କା । ଯାହାକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି ।
ମିଡିଆ ରିପୋର୍ଟ ମୁତାବିକ୍, ଦୀପିକାଙ୍କ ଏହି ମାସ୍କ Louis Vuittonର ଅଟେ ଏବଂ ଏହି କମ୍ପାନୀ ମହଙ୍ଗା ଜିନିଷ ପାଇଁ ଜଣାଶୁଣା । ଏହି କମ୍ପାନୀର ଦାବି ଯେ, ଯଦି ଆପଣ ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏକ ମାସ୍କ ବ୍ୟବହାର କରୁଛନ୍ତି ,ତେବେ ଏହା କୌଣସି ଅସୁବିଧା କରିବେ ନାହିଁ । ଏହାର ଅର୍ଥ, ଏହି ମାସ୍କକୁ ଦିନ ସାରା ପିନ୍ଧି ରହିପାରିବେ ।