ଏହା ସହିତ ସେ କହିଛନ୍ତି ଯେ, ମୁଁ ଏମିତି ଜଣେ ଜୀବନସାଥି ଚାହୁଁଥିଲି , ମୁଁ ଘରକୁ ଫେରିବା ପରେ କାମ ବିଷୟରେ କଥା ନହୋଇ ଅନ୍ୟ କଥା ବିଷୟରେ ଆଲୋଚନା କରିପାରିବି । ମୋ ବୟଫ୍ରେଣ୍ଡ୍ ଏକଦମ୍ ସେହିପରି ଯେମିତି ମୁଁ ଚାହୁଁଥିଲି ।
ନୂଆଦିଲ୍ଲୀ : ସମସ୍ତଙ୍କର ପସନ୍ଦିତା ବହୁ ଭାବେ ପରିଚିତ ଅଭିନେତ୍ରୀ ଦେବୋଲିନା ଭଟାଚାର୍ଯ୍ୟ । ଟେଲି ସିରିଏଲ ‘ସାଥ୍ ନିଭାନା ସାଥିୟା’ ମାଧ୍ୟମରେ ସେ ଘରେ ଘରେ ବେଶ ପରିଚିତ ହୋଇଛନ୍ତି । ତାଙ୍କର ମାସୁମ୍ ଚେହେରା ଏବଂ କଥା କହିବାର ଅନ୍ଦାଜକୁ ନେଇ ସେ ଦର୍ଶକଙ୍କ ହୃଦୟ ଜିତିବାର କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ । ଏହା ସହିତ ବିଗ୍ବସ୍ ସିଜିନ୍ ୧୪କୁ ନେଇ ମଧ୍ୟ ସେ ଲୋକପ୍ରିୟତା ସାଉଣ୍ଟିଛନ୍ତି । ତେବେ ଦେବୋଲିନା ଏବେ ତାଙ୍କ ବିବାହକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । ଆସନ୍ତା ବର୍ଷ ତାଙ୍କ ଶାହାନାଇ ବାଜିବ ବୋଲି ଜଣାପଡିଛି । ନିକଟରେ ଏକ ସାକ୍ଷାତକାରରେ ସେ ଏହି ଖବରକୁ ସ୍ୱୀକାର କରିଛନ୍ତି । ତାଙ୍କୁ ତାଙ୍କ ଲଭ୍ ଲାଇଫ୍ ଏବଂ ତାଙ୍କ ଭବିଷ୍ୟତ ଯୋଜନାକୁ ନେଇ ପ୍ରଶ୍ନ କରାଯାଇଥିଲା । ତାପରେ ଏସବୁର ଖୁଲାସା କରିଥିଲେ ଦେବୋଲିନା । ସେ କହିଛନ୍ତି ଯେ, ସେ ଆସନ୍ତା ବର୍ଷ ତାଙ୍କ ବୟଫ୍ରେଣ୍ଡ୍ଙ୍କ ସହ ବିବାହ କରିବାର ପ୍ରସ୍ତୁତି କରୁଛନ୍ତି । ସେ କହିଛନ୍ତି , ଯିଏ ତାଙ୍କ ଜୀବନସାଥି ହେବାକୁ ଯାଉଛନ୍ତି ସେ ମନୋରଞ୍ଜନ ଦୁନିଆଁ ସହ ଜଡିତ ନୁହଁନ୍ତି । ସେ ହେଉଛନ୍ତି ଜଣେ ବ୍ୟବସାୟୀ ।
ଏହା ସହିତ ସେ କହିଛନ୍ତି ଯେ, ମୁଁ ଏମିତି ଜଣେ ଜୀବନସାଥି ଚାହୁଁଥିଲି , ମୁଁ ଘରକୁ ଫେରିବା ପରେ କାମ ବିଷୟରେ କଥା ନହୋଇ ଅନ୍ୟ କଥା ବିଷୟରେ ଆଲୋଚନା କରିପାରିବି । ମୋ ବୟଫ୍ରେଣ୍ଡ୍ ଏକଦମ୍ ସେହିପରି ଯେମିତି ମୁଁ ଚାହୁଁଥିଲି ।